ଦାରିଙ୍ଗବାଡି,୨୬।୨(ଡି.ଏନ୍.ଏ): ୟୁକ୍ରେନରେ ଏବେ ଯୁଦ୍ଧ ସ୍ଥିତି ରହିଥିବା ବେଳେ ବହୁ ଭାରତୀୟ ସେଠାରେ ଫସି ରହିଛନ୍ତି । ସେମାନଙ୍କୁ ଶୀଘ୍ର ସୁରକ୍ଷିତ ଫେରେଇ ଆଣିବାକୁ ଦାରିଙ୍ଗବାଡିର କିଛି ଛାତ୍ର ଏବଂ ବୁଦ୍ଧିଜୀବୀ ଭାରତ ସରକାରଙ୍କ ନିକଟରେ ଦାବି କରିଛନ୍ତି । ହାତରେ ପ୍ଳାକାର୍ଡ ଧରି ସରକାରଙ୍କୁ ନିବେଦନ କରିଛନ୍ତି। ଦାରିଙ୍ଗବାଡିର ଚାରିଛକ ନିକଟରେ ଯୁବକମାନେ ସକାଳୁ ଠିଆ ହୋଇ ଏଭଳି ନିବେଦନ କରୁଥିବା ଦେଖିବାକୁ ମିଳିଛିି।