ପେଟ୍ର ପାଭେଲ ହେଲେ ଚେକ୍‌ ରିପବ୍ଲିକର ନୂଆ ରାଷ୍ଟ୍ରପତି

ପ୍ରାଗ୍ୟୁ,୨୯।୧: ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ସାମରିକ କମିଟିର ପୂର୍ବତନ ଅଧ୍ୟକ୍ଷ ପେଟ୍ର ପାଭେଲ ଚେକ୍‌ ରିପବ୍ଲିକର ନୂତନ ରାଷ୍ଟ୍ରପତି ହୋଇଛନ୍ତି। ପେଟ୍ର ପାଭେଲ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିବାଦୀୟ ରାଷ୍ଟ୍ରପତି ମିଲୋସ ଜେମାନଙ୍କୁ ସ୍ଥାନ ନେବା ପାଇଁ ରନ ଅଫ୍‌ ଭୋଟ୍‌ରେ ଅରବପତି ଆଣ୍ଡ୍ରେଜ ବାବିସଙ୍କୁ ପରାସ୍ତ କରିଛନ୍ତି। ପାଭେଲ ୫୮ ପ୍ରତିଶତରୁ ଅଧିକ ଭୋଟ ପାଇଛନ୍ତି। ଏହି ବିଜୟ ପରେ ପାଭେଲ ଲୋକମାନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ଭୋଟ ଦେଇ ଆପଣ ସମସ୍ତେ ଗଣତନ୍ତ୍ରକୁ ସମ୍ମାନ କରନ୍ତି ଏବଂ ଏହି ଦେଶର ଯତ୍ନ ନିଅନ୍ତି।
ପାଭେଲ ୟୁରୋପୀୟ ୟୁନିଅନ ଏବଂ ନାଟୋର ଜଣେ ସମର୍ଥକ। ରୁଷିଆ ସହିତ ବିବାଦ ସମୟରେ ୟୁକ୍ରେନକୁ ସାମରିକ ଏବଂ ମାନବିକ ସହାୟତା ପ୍ରଦାନ କରୁଥିବା ଦେଶଗୁଡିକ ପାଇଁ ପାଭେଲ ବାରମ୍ବାର ନିଜର ସମର୍ଥନ ଜଣାଇଛନ୍ତି।

Share