ଚଣ୍ଡିଗଡ଼,୩।୨: ପଞ୍ଜାବରେ ମହଙ୍ଗା ହୋଇଛି ପେଟ୍ରୋଲ ଏବଂ ଡିଜେଲ। ଶୁକ୍ରବାର ମଧ୍ୟରାତିରୁ ନୂଆ ଦର ଲାଗୁ ହେବ। ପଞ୍ଜାବରେ ପେଟ୍ରୋଲର ନୂତନ ମୂଲ୍ୟ ଲିଟର ପିଛା ୯୮.୧୧ ଟଙ୍କା ଏବଂ ଡିଜେଲ ୮୮.୪୩ ଟଙ୍କା ହୋଇଯିବ। ଏହାପୂର୍ବରୁ ପଞ୍ଜାବ ସରକାର ଶୁକ୍ରବାର କ୍ୟାବିନେଟ ବୈଠକରେ ପେଟ୍ରୋଲ ଏବଂ ଡିଜେଲ ପ୍ରତି ଲିଟର ପିଛା ୯୦ ପଇସା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ପଞ୍ଜାବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଅମାନ ଆରୋରା କହିଛନ୍ତି, ଦୀର୍ଘ ଦିନ ଧରି ଏହି ଆବଶ୍ୟକତା ଅନୁଭବ କରାଯାଉଥିଲା। ପୂର୍ବରୁ, ୨୦୨୧ ରେ ପଞ୍ଜାବରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ ବଡ ପରିବର୍ତ୍ତନ ହୋଇଥିଲା। ତତ୍କାଳୀନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ ହଟାଇ ଦେଇଥିଲେ। ଏହା ପରେ ପେଟ୍ରୋଲ ୧୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୫ ଟଙ୍କା ଶସ୍ତା ହୋଇଥିଲେ।