Categories: ଜାତୀୟ

କମିବ ପେଟ୍ରୋଲ-ଡିଜେଲ ଦାମ, ଭଜନଲାଲ ସରକାରଙ୍କ ବଡ ନିଷ୍ପତ୍ତି

ଜଇପୁର,୧୪।୩: ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାର ଭଜନଲାଲ ସରକାର ରାଜସ୍ଥାନବାସୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଏବେ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଆଶ୍ୱସ୍ତି ମିଳିବ। ଏଥି ସହିତ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ମଧ୍ୟ ବୃଦ୍ଧି ପାଇବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ନିଜେ ଏହି ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ରାଜସ୍ଥାନର ଭଜନ ଲାଲ ସରକାର କ୍ୟାବିନେଟ ବୈଠକରେ ରାଜସ୍ଥାନରେ ପେଟ୍ରୋଲ ଡିଜେଲ ଉପରେ ଭାଟ ୨ ପ୍ରତିଶତ ହ୍ରାସ କରିଛନ୍ତି। ଭାଟ ଦୁଇ ପ୍ରତିଶତ ହ୍ରାସ ହେତୁ ପେଟ୍ରୋଲ ରାଜ୍ୟରେ ୧ଟଙ୍କା ୪୦ ପଇସାରୁ ୫ଟଙ୍କା ୩୦ ପଇସା ଶସ୍ତା ହେବ। ଏଥି ସହିତ ଡିଜେଲ ୧ଟଙଙ୍କା ୩୪ ପଇସାରୁ ୪ଟଙ୍କା ୮୫ ପଇସା ଶସ୍ତା ହେବ। ୧୫ ମାର୍ଚ୍ଚ ଶୁକ୍ରବାର ସକାଳ ୬ରୁ ନୂତନ ହାର ଲାଗୁ ହେବ। ଏହି ଦୁଇ ପ୍ରତିଶତ ହ୍ରାସ ବାର୍ଷିକ ୧୫୦୦କୋଟି ଟଙ୍କା ରାଜ୍ୟ ସରକାରଙ୍କ ଉପରେ ପଡ଼ିବ।

ସୂଚନାଯୋଗ୍ୟ, ବର୍ତ୍ତମାନ ରାଜସ୍ଥାନରେ ପେଟ୍ରୋଲ ଉପରେ ୩୧ପ୍ରତିଶତ ଭ୍ୟାଟ ଏବଂ ଡିଜେଲ ଉପରେ ୧୮ ପ୍ରତିଶତ ଭ୍ୟାଟ ଲାଗୁ କରାଯାଇଛି । ଏହା ବ୍ୟତୀତ ରାଜ୍ୟ କର୍ମଚାରୀଙ୍କ ଡିଏ ୪% ବୃଦ୍ଧି କରାଯାଇଛି। ରାଜସ୍ଥାନର ୮ ଲକ୍ଷ ସରକାରୀ କର୍ମଚାରୀ ଡିଏ ବୃଦ୍ଧିରେ ଉପକୃତ ହେବେ। ୪.୪୦ ଲକ୍ଷ ପେନସନଭୋଗୀ ମଧ୍ୟ ବର୍ଦ୍ଧିତ ଡିଏର ଲାଭ ପାଇବେ।

Share