୭ ମାସରେ ୬୩ ଥର ବଢ଼ିଛି ପେଟ୍ରୋଲ-ଡିଜେଲ ଦାମ, ୩.୩୪ ଲକ୍ଷ କୋଟି ରାଜସ୍ବ ସଂଗ୍ରହ କରିଛନ୍ତି ସରକାର…

ନୂଆଦିଲ୍ଲୀ,୨୦।୭: ଦେଶରେ ୨୦୨୧ ଜାନୁୟାରୀ ୧ଠାରୁ ଜୁଲାଇ ୯ ମଧ୍ୟରେ ଗତ ୭ ମାସରେ ପେଟ୍ରୋଲ-ଡିଜେଲ ଦାମ୍‌ ୬୩ ଥର ବଢ଼ିଛି। ଏହା ଦ୍ୱାରା ଏକ୍ସସାଇଜ୍‌ ଟ୍ୟାକ୍ସ୍‌ ବାବଦରେ ସରକାର ୩.୩୪ ଲକ୍ଷ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଛନ୍ତି। ଏସମ୍ପର୍କରେ ସରକାରଙ୍କ ପକ୍ଷରୁ ସଂସଦରେ ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ୪ ଥର ଦାମ୍‌ କମିଥିବା ସରକାର କହିଛନ୍ତି। ୨୦୧୮-୧୯ରେ ପେଟ୍ରୋଲ ଦାମ୍‌ ୧୪୮ ଥର ବଢ଼ିଥିଲା। ସେହିପରି ୨୦୧୯-୨୦ରେ ଏହା ୮୯ ଥର ଥିବାବେଳେ ୨୦୨୦-୨୧ରେ ୭୬ ଥର ଛୁଇଁଛି। ଅପରପକ୍ଷରେ ଡିଜେଲ୍‌ ଦାମ୍‌ ୨୦୧୮-୧୯ରେ ୧୪୦ ଥର ବଢ଼ିଥିବାବେଳେ ୨୦୧୯-୨୦ରେ ୭୯ ଏବଂ ୨୦୨୦-୨୧ରେ ୭୩ ଥର ବଢ଼ିଛି।

Share