ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର; ୧୩ ଦିନରେ ୮ ଟଙ୍କା ମହଙ୍ଗା

ନୂଆଦିଲ୍ଲୀ,୩।୪: ଜାତୀୟ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି। ୨୨ ମାର୍ଚ୍ଚରୁ ଏଯାବତ ଅର୍ଥାତ ୧୩ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୮ଟଙ୍କା ବଢ଼ିସାରିଛି। ରବିବାର ମଧ୍ୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି।

ଆଇଓସିଏଲ୍‌ ମୁତାବକ, ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୮ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ୧୦୨ ଟଙ୍କାରେ ବିକ୍ରି ହେଉଛି। ଦିଲ୍ଲୀରେ ଏକ ଲିଟର ପେଟ୍ରୋଲ ୧୦୩.୪୧ ଟଙ୍କାରେ ପହଞ୍ଚିଛି। ସେହିଭଳି ଡିଜେଲ ଲିଟର ପିଛା ୯୪.୬୭ ଟଙ୍କାରେ ବିକ୍ରି ହେଉଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧୩.୦୩ ଟଙ୍କା ଏବଂ ଡିଜେଲ ୯୭.୮୨ ଟଙ୍କାରେ ବିକ୍ରି ହେଉଛି।

ପ୍ରକାଶ ଯେ, ମାର୍ଚ୍ଚ ୨୨ରୁ ୩ ଏପ୍ରିଲ ଯାଏ ୧୩ ଦିନ ମଧ୍ୟରେ ୧୧ ଥର ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି। କେବଳ ମାର୍ଚ୍ଚ ୨୪ ଏବଂ ଏପ୍ରିଲ ୧ରେ ଦର ବୃଦ୍ଧି କରାଯାଇ ନ ଥିଲା।

Share