Categories: ଜାତୀୟ

ବିମାନ ଇନ୍ଧନକୁ ବଳିଗଲା ପେଟ୍ରୋଲ

ନୂଆଦିଲ୍ଲୀ,୧୭।୧୦: ଲଗାତାର ଚତୁର୍ଥ ଦିନ ପାଇଁ ବଢ଼ିଛି ପେଟ୍ରୋଲ ଓ ଡିଜେଲ୍‌ ଦର। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଏହା ପଛର କାରଣ ବୋଲି କୁହାଯାଇଛି। ଜାତୀୟ ରାଜଧାନୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଫଳରେ ଲିଟର ପିଛା ପେଟ୍ରୋଲ ଦର ୧୦୫.୪୯ ଟଙ୍କା ଓ ଡିଜେଲ ଦର ୯୪.୨୨ ଟଙ୍କାରେ ପହଞ୍ଚିଛି।

କୌତୁହଳର ବିଷୟ ହେଉଛି, ବିମାନରେ ବ୍ୟବହୃତ ହେଉଥିବା ଏଭିଏଶନ ଟର୍ବାଇନ ଫୁଏଲ (ଏଟିଏଫ୍‌)ର ଦରକୁ ବଳି ଯାଇଛି ପେଟ୍ରୋଲ ଦର। ଦିଲ୍ଲୀରେ ପ୍ରତି କିଲୋ ଲିଟର ଏଟିଏଫ୍‌ ୭୯,୦୨୦.୧୬ ଟଙ୍କାରେ ଉପଲବ୍ଧ ହେଉଛି। ଏହାର ଅର୍ଥ ଲିଟର ପିଛା ଏଟିଏଫ୍‌ର ମୂଲ୍ୟ ୭୯ ଟଙ୍କା। ଏହାକୁ ହିସାବ କଲେ ବିମାନର ଇନ୍ଧନ ଅପେକ୍ଷା ପେଟ୍ରୋଲ ଦର ୩୩ ପ୍ରତିଶତ ଅଧିକ।

Share