Categories: ଜାତୀୟ

ଦେଶୀ ଘିଅ ତୁଳନାରେ ପେଟ୍ରୋଲ-ଡିଜେଲ ହୋଇଛି ମହଙ୍ଗା, କିନ୍ତୁ ମୋଦି-ଶାହା ଲୋକଙ୍କୁ କରୁଛନ୍ତି ଭ୍ରମିତ: ପାଇଲଟ…

ଶିମଲା,୧।୧୧ : ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଙ୍ଗଳବାର ହିମାଚଳ ପ୍ରଦେଶରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ସେ କୁଟେଲହଡ ଉନା ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଭୁଟ୍ଟୋଙ୍କ ପାଇଁ ପ୍ରଚାର ସମୟ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତି ଚାରି ର୍‌ ଦିନରେ ଏଠାକୁ ଆସିବାକୁ ପଡୁଛି। ସେହିପରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ପ୍ରତି ଚାରି ଦିନରେ ଏଠାରେ ବୈଠକ କରୁଛନ୍ତି।

ଯଦି ଡବଲ ଇଞ୍ଜିନ ସରକାର ଠିକ ଭାବେ କାର୍ଯ୍ୟ କରିଥାନ୍ତେ, ବିଦ୍ୟାଳୟ ନିର୍ମାଣ କରିଥାନ୍ତେ, ରାସ୍ତା ନିର୍ମାଣ ହୋଇଥାନ୍ତା, ବେକାରଙ୍କୁ ଚାକିରୀ ମିଳିଥାନ୍ତା। ତେବେ ଲୋକମାନେ ସରକାରଙ୍କ କାର୍ଯ୍ୟକୁ ଦେଖି ଭୋଟ ଦେଇଥାନ୍ତେ। ମାତ୍ର ଏଠାରେ କେବଳ ପ୍ରତି ଗସ୍ତ ସମୟରେ ନୂଆ ପୋଷାକ ପିନ୍ଧି ଭାଷଣ ଦେଇ ଲୋକଙ୍କୁ ଭ୍ରମିତ କରାଯାଉଛି। ପାଇଲଟ କହିଛନ୍ତି ଯେ ସରକାର ଭାଜପାର ହାତରୁ ଖସି ଯାଉଛନ୍ତି। କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି। ଏବେ ସମସ୍ତ କଂଗ୍ରେସ କର୍ମୀ ଏକଜୁଟ ହୋଇଛନ୍ତି।

ହିମାଚଳରେ ୮ ବର୍ଷ ମଧ୍ୟରେ କୌଣସି କାମ କରାଯାଇ ନାହିଁ। ୨୦୧୪ ଲୋକସଭା ନିର୍ବାଚନରେ ମୁଦ୍ରାସ୍ଫୀତି ସମାପ୍ତ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଏବେ ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ ମୋଦି ଗତ ୮ ବର୍ଷରେ କ’ଣ କରିଛନ୍ତି। ଗ୍ୟାସର ସିଲିଣ୍ଡର ହଜାରେ ରୁ ଅଧିକ ହୋଇଗଲା। ଦେଶୀ ଘିଅ ତୁଳନାରେ ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହୋଇଛି। ରୋଜଗାର ନାମରେ ଯୁବବର୍ଗମାନଙ୍କୁ ଠକି ଦିଆ ଯାଇଛି। ଗତ ୪୫ ବର୍ଷ ମଧ୍ୟରେ ଏତେ ବେକାରି ହୋଇ ନଥିଲେ। ଭାଜପା ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇପାରି ନାହିଁ।

୧୩୦ ବର୍ଷ ପୁରୁଣା କଂଗ୍ରେସ ଦଳ ଦେଶ ପାଇଁ ସ୍ବାଧୀନତା ପାଇଛି। ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁ ଦେଶକୁ ସ୍ବାଧୀନତା ଦେଇଥିଲେ। ଇନ୍ଦିରା ଗାନ୍ଧୀ ପାକିସ୍ତାନକୁ ଦୁଇ ଭାଗରେ ବିଭକ୍ତ କରିଥିଲେ। ମାତ୍ର ଏବେ ଚାଇନା ଲଗାତାର ଆମର ଜମି ଦଖଲ କରୁଛି କିନ୍ତୁ ମୋଦି ସରକାର ନୀରବ ରହିଛନ୍ତି। ଭୋଟର ଏହାର ଠିକଣା ଜବାବ ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି।

Share