ଟାଙ୍କିରୁ କମୁଛି ପେଟ୍ରୋଲ, ଡିଜେଲ

ଭୁବନେଶ୍ବର,୬।୧: ଡ୍ରାଇଭରମାନଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁ ପେଟ୍ରୋଲ ଓ ଡିଜେଲ ପରିବହନ ପ୍ରଭାବିତ ହୋଇଛି। ଏ ନେଇ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଲୋକେ ଆତଙ୍କିତ ଥିବା ଯୋଗୁ ଶୁକ୍ରବାର ରାଜ୍ୟରେ ୨୦ ପ୍ରତିଶତରୁ ଅଧିକ ପେଟ୍ରୋଲ ଡିଜେଲ ବିକ୍ରି ହୋଇଛି। ସେହିଭଳି ଆନ୍ଦୋଳନ ଯୋଗୁ ପେଟ୍ରୋଲ ଓ ଡିଜେଲ ଲୋଡ଼ିଂ ୭୫ ପ୍ରତିଶତ କମିଛି। ଶୁକ୍ରବାର ମାତ୍ର ୨୫ % ଗାଡ଼ିରେ ତେଲ ଲୋଡିଂ ହୋଇଥିଲା। ଶନିବାର ପାରାଦୀପ ଡିପୋରୁ ତେଲ ଲୋଡ଼ିଂ ସମ୍ପୂର୍ଣ୍ଣ ବନ୍ଦ ଅଛି। ଜଟଣୀ ଓ ବାଲେଶ୍ୱର ଡିପୋରୁ ମାତ୍ର ଅଳ୍ପ କିଛି ଗାଡ଼ିରେ ତେଲ ଲୋଡିଂ ହୋଇଛି। ଏଭଳି ସ୍ଥିତି ଲାଗି ରହିଲେ ରବିବାର ଅପରାହ୍ନ ସୁଦ୍ଧା ଅନେକ ପେଟ୍ରୋଲ ଟାଙ୍କିରେ ମହଜୁଦ୍‌ ଥିବା ପେଟ୍ରୋଲ ଓ ଡିଜେଲ ଶେଷ ହୋଇଯିବ।

Share