ପେଟ୍ରୋଲ-ଡିଜେଲ ୩୩ ଟଙ୍କାରୁ ଅଧିକ ଶସ୍ତା ହେବା ଜରୁରୀ, ଅଶୋଧିତ ତୈଳ ଦର ନିମ୍ନସ୍ତରରେ…

ନୂଆଦିଲ୍ଲୀ,୧୨।୧୨ : ଜୁଲାଇ ୨୦୦୮ ପରେ ଚଳିତ ବର୍ଷ ମାର୍ଚ୍ଚରେ ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୧୪୦ ଡଲାରରେ ପହଞ୍ଚିଥିଲା। ଏବେ ଏହା ବ୍ୟାରେଲ ପିଛା ପାଖାପାଖି ୭୬ ଡଲାରର ନିମ୍ନସ୍ତରରେ କାରବାର କରୁଛି। ଫଳରେ ଚଳିତ ବର୍ଷ ସର୍ବନିମ୍ନ ସ୍ତରରେ ଏହା ୪୬ ପ୍ରତିଶତ ହ୍ରାସ ପାଇଛି।

ଯଦି ଅଶୋଧିତ ତୈଳ ଲିଟର ଏବଂ ଟଙ୍କା ହିସାବରେ ଆକଳନ କରାଯାଏ, ତେବେ ପେଟ୍ରୋଲ-ଡିଜେଲ ଦର ୯ ମାସରେ ଲିଟର ପିଛା ୩୩ ଟଙ୍କାରୁ ଅଧିକ ହ୍ରାସ ହେବା ଉଚିତ। ଏହା ପରେ ମଧ୍ୟ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ଘଟିନାହିଁ। ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ହେଉଛି କାରଣ ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ ସେଠାରେ ଥିବା ଯୋଗାଣ ଅନିଶ୍ଚିତତା ସୃଷ୍ଟି ହୋଇଛି।

ଭାରତରେ ମାର୍ଚ୍ଚରେ ଯେତେବେଳେ ଅଶୋଧିତ ତୈଳ ବ୍ୟାରେଲ ପିଛା ବା ୧୫୯ ଲିଟର ପିଛା ୧୪୦ ଡଲାର ଥିଲା, ଖୁଚୁରା ମୁଦ୍ରାସ୍ଫୀତି ୮ ବର୍ଷର ରେକର୍ଡ ସ୍ତରରେ ଏପ୍ରିଲରେ ୭.୭୯ ପ୍ରତିଶତ ଥିଲା। ମୁଦ୍ରାସ୍ଫୀତି ହ୍ରାସ କରିବାକୁ ଆରବିଆଇ ମେ ମାସରୁ ରେପୋ ହାର ହ୍ରାସ କରିବା ଆରମ୍ଭ କଲା। ଆଶା କରାଯାଉଥିଲା ଯେ ନଭେମ୍ବରର ମୁଦ୍ରାସ୍ଫୀତି ଆକଳନ ଆସିଲେ ଏହା ୬ ପ୍ରତିଶତରେ ରହିପାରେ। ମାଲ ପରିବହନ କ୍ଷେତ୍ରରେ ତୈଳ ଦରର ପ୍ରଭାବ ଅଧିକ। ପେଟ୍ରୋଲ ଏବଂ ଡିଜେଲର ଘରୋଇ ଦର ଇନ୍ଧନର ଅନ୍ତର୍ଜାତୀୟ ମୂଲ୍ୟ ଉପରେ ନିର୍ଭର କରେ। କିନ୍ତୁ ଏପ୍ରିଲରୁ ଘରୋଇ ଦର ସ୍ଥିର ହୋଇଛି, କାରଣ କମ୍ପାନୀଗୁଡିକ ବଜାରଠାରୁ କମ ମୂଲ୍ୟରେ ଇନ୍ଧନ ବିକ୍ରି କଲେ ଏବଂ ବହୁ କ୍ଷତି ସହିଲେ। ଘରୋଇ କମ୍ପାନୀଗୁଡିକ ବିଶ୍ୱସ୍ତରୀୟ ମୂଲ୍ୟ ହ୍ରାସର ଲାଭ ଗ୍ରାହକଙ୍କୁ ଦେବା ପୂର୍ବରୁ ପ୍ରଥମେ ସେମାନଙ୍କର କ୍ଷତି ଭରଣା କରିଥିଲେ।

ବ୍ରେଣ୍ଟ ଅଶୋଧିତ ଦୈଳର ଦର ବର୍ତ୍ତମାନର ବ୍ୟାରେଲ ପିଛା ୭୬.୧୦ ଡଲାର ଅର୍ଥାତ ବ୍ୟାରେଲ ପିଛା ୬,୨୭୨.୨୦ ଟଙ୍କା ରହିଛି। ଯଦି ଏହାକୁ ଲିଟର ପିଛା ଦେଖାଯାଏ ତେବେ ୬,୨୭୨.୨୦ ଟଙ୍କା ହେଉଛି ୧୫୯ ଲିଟରର ଦାମ। ଅର୍ଥାତ ଏହାର ମୂଲ୍ୟ ଲିଟର ପିଛା ୩୯.୪୫ ଟଙ୍କା । ଯଦି ବ୍ୟାରେଲ ପିଛା ୧୪୦ ଡଲାର ଅର୍ଥାତ ମାର୍ଚ୍ଚ ମାସରେ ବ୍ୟାରେଲ ପିଛା ୧୧,୫୩୮ ଟଙ୍କା। ତେବେ ଏହା ଲିଟର ପିଛା ୭୨.୫୭ ଟଙ୍କା ଥିଲା। ୯ ମାସରେ ବ୍ରେଣ୍ଟ ଲିଟର ପିଛା ୩୩.୧୨ ଟଙ୍କା ଶସ୍ତା ହୋଇଛି। ତେଣୁ ପେଟ୍ରୋଲ-ଡିଜେଲ ୩୩ ଟଙ୍କାରୁ ଅଧିକ ଶସ୍ତା ହେବା ଜରୁରୀ ବୋଲି ଅର୍ଥଶାସ୍ତ୍ରୀମାନେ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁସ୍ତକ ପ୍ରେମୀଙ୍କୁ ବଡ଼ ଝଟ୍‌କା, ଇଣ୍ଡିଆ ପୋଷ୍ଟ ବନ୍ଦ କଲା ‘ବୁକ୍‌ ପୋଷ୍ଟ’ ସେବା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ପୋଷ୍ଟ ୧୮ ଡିସେମ୍ବର ୨୦୨୪ରେ ନିଜର ‘ବୁକ୍‌ ପୋଷ୍ଟ’ ସେବାକୁ ବନ୍ଦ କରି ପୁସ୍ତକ ପ୍ରେମୀଙ୍କ ସହ ପୁସ୍ତକ ବ୍ୟବସାୟୀଙ୍କୁ ବଡ଼ ଝଟ୍‌କା...

ଅକ୍ଟୋବରରେ ୯.୨୮ ବିଲିୟନ ଡଲାର କାରବାର

ଭୁବନେଶ୍ୱର,୨୫ା୧୨, (ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅକ୍ଟୋବରରେ ସ୍ପଟ୍‌ ବୈଦେଶିକ ମୁଦ୍ରାବଜାରରେ ୯.୨୮ ବିଲିୟନ ଡଲାର ବିକ୍ରି କରିଛି। ମଙ୍ଗଳବାର ଆର୍‌ବିଆଇ ପକ୍ଷରୁ...

ପଞ୍ଚଟାଭାକୁ ଆଚିଭର୍ସ ଆଓ୍ବାଡର୍‌ସ

ନୂଆଦିଲ୍ଲୀ,୨୫।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଦିଲ୍ଲୀର ଅଗ୍ରଣୀ ଆଡ୍‌ ଏଜେନ୍ସି ପଞ୍ଚଟାଭା ଆଡଭର୍ଟାଇଜିଂକୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ‘ଆଚିଭର୍ସ ଆଓ୍ବାର୍ଡ’...

ବିଓଏମ୍‌ର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୫।୧୨ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର(ବିଓଏମ୍‌) ର ନୂତନ ଶାଖା ନିକଟରେ କଟକ ନିକଟସ୍ଥ ଗୋପାଳପୁରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଅର୍ଥ ବିଭାଗର...

ପପ୍‌କର୍ନରେ ଜିଏସ୍‌ଟିକୁ ନେଇ ବିବାଦ

ନୂଆଦିଲ୍ଲୀ,୨୪ା୧୨:ଦେଶରେ ପପ୍‌କର୍ନ ଉପରେ ନୂଆ ଟିକସକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏବେ ବିଭିନ୍ନ ଫ୍ଲେଭରର ପପ୍‌କର୍ନ ଉପରେ ଭିନ୍ନଭିନ୍ନ ଜିଏସ୍‌ଟି ଲାଗୁ ହୋଇଛି। ସାଦା...

ଡିପିଆର୍‌ ବିକଶିତ କରିବ ସିପିସିଏଲ୍‌

ଭୁବନେଶ୍ୱର,୨୪।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସମନ୍ବିତ ଭିତ୍ତିଭୂମି ପରାମର୍ଶଦାତା କ୍ଷେତ୍ରରେ ଅଗ୍ରଣୀ କମ୍ପାନୀ ଚୈତନ୍ୟ ପ୍ରୋଜେକ୍ଟସ କନ୍‌ସଲଟାନ୍ସି ଲିମିଟେଡ (ସିପିସିଏଲ୍‌) କୁ ନିକଟରେ...

ଓଡ଼ିଶାରେ ଅଟୋମେଟେଡ୍‌ ଇ-ଷ୍ଟାମ୍ପିଙ୍ଗ୍‌ ସଲ୍ୟୁଶନର ଶୁଭାରମ୍ଭ

ଭୁବନେଶ୍ୱର,୨୪।୧୨: ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ବିଫ୍ଟ ଇଣ୍ଡିଆର ପ୍ଲାଟ୍‌ଫର୍ମରେ ଷ୍ଟକ ହୋଲ୍ଡିଙ୍ଗ୍‌ ସହ ସହଭାଗିତାରେ ଇଲେକ୍‌ଟ୍ରୋନିକ ବ୍ୟାଙ୍କ ଗ୍ୟାରେଣ୍ଟି ପାଇଁ ଅଟୋମେଟେଡ ଇ-ଷ୍ଟାମ୍ପିଙ୍ଗ୍‌ (ଏଇଏସ୍‌) ସଲ୍ୟୁଶନର...

ବେଦାନ୍ତର ଅଗ୍ନି ନିରାପତ୍ତା ତାଲିମ ଶିବିର

ଭୁବନେଶ୍ୱର,୨୪।୧୨ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ତଥା ଅଗ୍ନି ଜାଗରୁକତା ପଦକ୍ଷେପ ଅଧୀନରେ ଏକ ତାଲିମ ଶିବିର ‘ଅଗ୍ନି ନରାପତ୍ତା ତାଲିମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri