Categories: ଜାତୀୟ

ପୁଣି ବଢିଲା ପେଟ୍ରୋଲ-ଡିଜେଲ୍‌

ନୂଆଦିଲ୍ଲୀ,୨୨।୩: ପୁଣି ମହଙ୍ଗା ମାଡ। ବଢିଲା ପେଟ୍ରୋଲ ଏବଂ ଡିଜେଲ୍‌ର ଦାମ୍‌। ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୮୦-୮୦ ପଇସା ମହଙ୍ଗା ହୋଇଛି। ଏହାପୂର୍ବରୁ ବହୁଳବ୍ୟବହାରକାରୀ ଗ୍ରାହକଙ୍କ ପାଇଁ ଡିଜେଲ ମୂଲ୍ୟ ଲିଟର ପିଛା ୨୫ ଟଙ୍କା ବୃଦ୍ଧି କରାଯାଇଥିଲା। ଦର ବଢିବା ସହ ଦିଲ୍ଲୀର ପେଟ୍ରୋଲ ପମ୍ପରେ ଡିଜେଲ ଲିଟର ପିଛା ୮୭.୪୭ ଟଙ୍କା ଏବଂ ପେଟ୍ରୋଲ ଲିଟର ପିଛା ୯୬.୨୧ ଟଙ୍କା ଥିବାବେଳେ ହୋଲସେଲ କିମ୍ବା ଶିଳ୍ପ ଗ୍ରାହକଙ୍କ ପାଇଁ ଏହାର ମୂଲ୍ୟ ଲିଟର ପିଛା ୧୧୫ ଟଙ୍କାକୁ ବୃଦ୍ଧି ପାଇଛି। ମୁମ୍ବାଇରେ ପେଟ୍ରୋଲ ଏବେ ୧୧୦.୮୨ ଲିଟର ଏବଂ ଡିଜେଲ ୯୫ ଟଙ୍କା ରହିଛି।
ଭୋପାଳ, ଜୟପୁର, ପାଟନା, କୋଲକାତା, ଚେନ୍ନାଇ ଏବଂ ବେଙ୍ଗାଲୁରୁରେ ପେଟ୍ରୋଲ ୧୦୦ରୁ ଅଧିକ ରହିଛି। ସାର୍ବଜନୀନ କ୍ଷେତ୍ରର ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ନଭେମ୍ବର ୪, ୨୦୨୧ରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରି ନ ଥିଲେ। ଅବଶ୍ୟ, ଏହି ସମୟ ମଧ୍ୟରେ ସର୍ବଭାରତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ବୃଦ୍ଧି ଘଟିଛି।

Share