ରାଞ୍ଚି,୨୯।୧୨: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ରାଜ୍ୟର ବିପିଏଲ କାର୍ଡଧାରୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ବିପିଏଲ କାର୍ଡଧାରୀଙ୍କ ପାଇଁ ପେଟ୍ରୋଲ ଦର ହ୍ରାସ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ନୂତନ ନିଷ୍ପତ୍ତି ଅନୁଯାୟୀ ଏହାର ମୂଲ୍ୟ ୨୫ ଟଙ୍କା ହ୍ରାସ ପାଇବ। ଏହି ଆଦେଶ ଜାନୁଆରୀ ୨୬ରୁ କାର୍ଯ୍ୟକାରୀ ହେବ।
ଝାଡଖଣ୍ଡର ହେମନ୍ତ ସରକାର ଆଜି ଦୁଇ ବର୍ଷ ପୂରଣ କରୁଛନ୍ତି।ଏହି ଅବସରରେ ରାଞ୍ଚିର ମୋର୍ହବାଡି ଗ୍ରାଉଣ୍ଡରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟ ମଧ୍ୟରେ ଝାଡ଼ଖଣ୍ଡ ସରକାର ମୋଟରସାଇକେଲ ଏବଂ ସ୍କୁଟର ଚାଳକଙ୍କ ପାଇଁ ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୨୫ ଟଙ୍କା ରିହାତି ପାଇଁ ଘୋଷଣା କରିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ରାଜ୍ୟର ବିପିଏଲ କାର୍ଡଧାରୀମାନେ ଏହାର ଫାଇଦା ଉଠାଇ ପାରିବେ।