Categories: ଜାତୀୟ

ପୁଣି ବଢିଲା ପେଟ୍ରୋଲ-ଡିଜେଲ୍‌

ନୂଆଦିଲ୍ଲୀ,୨୫।୩: ପୁଣି ବଢିଲା ପେଟ୍ରୋଲ ଏବଂ ଡିଜେଲ୍‌ର ଦାମ୍‌। ଶୁକ୍ରବାର ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୮୦-୮୦ ପଇସା ମହଙ୍ଗା ହୋଇଛି। ଏହାପୂର୍ବରୁ ବହୁଳବ୍ୟବହାରକାରୀ ଗ୍ରାହକଙ୍କ ପାଇଁ ଡିଜେଲ ମୂଲ୍ୟ ଲିଟର ପିଛା ୨୫ ଟଙ୍କା ବୃଦ୍ଧି କରାଯାଇଥିଲା। ଦର ବଢିବା ସହ ଦିଲ୍ଲୀର ପେଟ୍ରୋଲ ପମ୍ପରେ ଡିଜେଲ ଲିଟର ପିଛା ୮୯.୦୭ ଟଙ୍କା ଏବଂ ପେଟ୍ରୋଲ ଲିଟର ପିଛା ୯୭.୮୧ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ଏବେ ୧୧୨.୫୧ ଲିଟର ଏବଂ ଡିଜେଲ ୯୬.୭୦ ଟଙ୍କା ରହିଛି। ସାର୍ବଜନୀନ କ୍ଷେତ୍ରର ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ନଭେମ୍ବର ୪, ୨୦୨୧ରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରି ନ ଥିଲେ। କିନ୍ତୁ ଗତ ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ୍‌ ଦାମ୍‌ରେ ୮୦ ପଇସା ବୃଦ୍ଧି ହୋଇଥିଲା।

Share