ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ ଦର

ଇସଲାମାବାଦ,୧ା୯: ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଥିବା ପାକିସ୍ତାନ ପୁଣି ଥରେ ଆର୍ଥିକ ସମସ୍ୟାରେ ପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନର କାମଚଳା ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୪.୯୧ ଟଙ୍କା ଏବଂ ହାଇ ସ୍ପିଡ୍‌ ଡିଜେଲ (HSD) ଲିଟର ପିଛା ୧୮.୪୪ ଟଙ୍କା ବୃଦ୍ଧି କରିଛନ୍ତି।

ପାକିସ୍ତାନ ଅର୍ଥ ମନ୍ତ୍ରଣାଳୟ ଏକ ଟୁଇଟ୍‌ କରି କହିଛି, ପେଟ୍ରୋଲର ମୂଲ୍ୟ ବର୍ତ୍ତମାନ ଲିଟର ପିଛା ୩୦୫.୩୬ ଟଙ୍କା ଏବଂ ଡିଜେଲ ମୂଲ୍ୟ ୩୧୧.୮୪ ଟଙ୍କା ରହିଛି। କିରୋସିନି ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ପେଟ୍ରୋଲର ମୂଲ୍ୟ ୨୯୦.୪୫ରୁ ଲିଟର ୩୦୫.୩୬ ଟଙ୍କାକୁ ବୃଦ୍ଧି ପାଇଛି। ଏହା ବ୍ୟତୀତ ଲିଟର ପିଛା ୨୯୩.୪୦ ଟଙ୍କାରେ ବିକ୍ରି ହେଉଥିବା ଡିଜେଲକୁ ଲିଟର ପିଛା ୧୮.୪୪ ଟଙ୍କା ବୃଦ୍ଧି କରି ୩୧୧.୮୪ ଟଙ୍କାକୁ ବୃଦ୍ଧି କରାଯାଇଛି।

ସୂଚନାଯୋଗ୍ୟ, ପ୍ରଥମ ଥର ପାଇଁ ପାକିସ୍ତାନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୩୦୦ ଟଙ୍କା ପାର୍‌ କରିଛି।

Share