କମିପାରେ ପେଟ୍ରୋଲ-ଡିଜେଲ ଦର !, ସଙ୍କେତ ଦେଲେ ପେଟ୍ରୋଲିୟମ ମନ୍ତ୍ରୀ…

ନୂଆଦିଲ୍ଲୀ,୧୦।୬ : ପେଟ୍ରୋଲ-ଡିଜେଲ ଦର କମିପାରେ । ଏନେଇ ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ଯଦି ଅଶୋଧିତ ତୈଳ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ସ୍ଥିର ରହେ ତେବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବାକୁ ବିଚାର କରିବାକୁ ସ୍ଥିତିରେ କମ୍ପାନୀ ଗୁଡ଼ିକ ରହିବେ। ତୈଳ କମ୍ପାନୀଗୁଡିକର ଆଗାମୀ ତ୍ରୟ ମାସିକ ଫଳାଫଳ ଭଲ ହେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ରାଜଧାନୀ ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ପେଟ୍ରୋଲ ଦର ଉପରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ପୁରୀ କହିଛନ୍ତି ସେ ଏହି ପ୍ରସଙ୍ଗରେ କୌଣସି ଘୋଷଣା କରିବାର ସ୍ଥିତିରେ ନାହାଁନ୍ତି।

ଗତ ତ୍ରୟମାସିକରେ ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଭଲ ପ୍ରଦର୍ଶନ କରିଥିବା ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ନିଶ୍ଚିତ କରିଥିଲେ ୨୨ ଏପ୍ରିଲରୁ ତୈଳ ମୂଲ୍ୟରେ କୌଣସି ବୃଦ୍ଧି ଘଟିବ ନାହିଁ।

ଗ୍ରାହକମାନେ କୌଣସି ସମସ୍ୟାର ସମ୍ମୁଖୀନ ନହେବାକୁ ସରକାର ଆହୁରି ସୁନିଶ୍ଚିତ କରିବେ ବୋଲି ସେ କହିଛନ୍ତି। ବିରୋଧୀ ରାବଡ଼ି ରାଜନୀତି କରୁଥିବା ଅଭିଯୋଗ କରି ପୁରୀ କହିଛନ୍ତି ସବୁକିଛି ମାଗଣା ପ୍ରଦାନ କରିବା ପ୍ରତ୍ରିଶ୍ରୁତି ଦେଡ଼ ହେବ ନାହିଁ। ଏହା ଦ୍ୱାରା ଲାଭଖୋର ରାଜନୀତି ବିପଜ୍ଜନକ ସ୍ତରରେ ପ୍ରବେଶ କରିବ।
ଦୀର୍ଘ ଦିନରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଭାରତୀୟ ତୈଳ କମ୍ପାନୀଗୁଡ଼ିକ କୌଣସି ପରିବର୍ତ୍ତନ କରିନାହାଁନ୍ତି। ଦିଲ୍ଲୀ, ଗାଜିଆବାଦ, ଲକ୍ଷ୍ନୌ ସମେତ ଅନେକ ସ୍ଥାନରେ ଲିଟର ପିଛା ପେଟ୍ରୋଲ ୧୦୦ ଟଙ୍କାରୁ କମ ରହିଛି।

ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୬.୭୨ ଟଙ୍କା, ଡିଜେଲ ମୂଲ୍ୟ ୮୯.୬୨ ଟଙ୍କା। ବିହାରର ପାଟନାରେ ପେଟ୍ରୋଲ ୧୦୭.୨୪ ଟଙ୍କା ଏବଂ ଡିଜେଲ ୯୪.୦୪ ଟଙ୍କା ରହିଛି। ମହାରାଷ୍ଟ୍ରର ମୁମ୍ବାଇରେ ପେଟ୍ରୋଲ ୧୦୬.୩୧ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ୯୪.୨୭ ଟଙ୍କାରେ ବିକ୍ରି ହେଉଛି। ଫରିଦାବାଦରେ ପେଟ୍ରୋଲ ୯୭.୪୯ ଟଙ୍କାରେ ଏବଂ ଡିଜେଲ ଲିଟର ପିଛା ୯୦.୩୫ଟଙ୍କାରେ ବିକ୍ରି ହେଉଛି। ଦିଲ୍ଲୀ ନିକଟ ଗାଜିଆବାଦରେ ଗୋଟିଏ ଲିଟର ପେଟ୍ରୋଲ ୯୬.୫୦ ଟଙ୍କା ଏବଂ ଡିଜେଲ ୮୯.୬୮ଟଙ୍କାରେ ଉପଲବ୍ଧ। ଏହା ବ୍ୟତୀତ ଅହମ୍ମଦାବାଦରେ ପେଟ୍ରୋଲର ମୂଲ୍ୟ ୯୬.୪୨ ଟଙ୍କା ଏବଂ ଡିଜେଲର ମୂଲ୍ୟ ୯୨.୧୭ ଟଙ୍କା ରହିଛି।

Share