Categories: ଜାତୀୟ

ପୁଣି ମହଙ୍ଗା ପେଟ୍ରୋଲ-ଡିଜେଲ୍‌: ୧୫ ଦିନରେ ୧୩ ଥର ବଢିଲା ଦର

ନୂଆଦିଲ୍ଲୀ,୫।୪: ପୁଣି ବଢିଲା ପେଟ୍ରୋଲ ଏବଂ ଡିଜେଲ୍‌ର ଦାମ୍‌। ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ଯଥାକ୍ରମେ ୮୦-୮୦ ପଇସା ମହଙ୍ଗା ହୋଇଛି। ଏହାସହ ୧୫ ଦିନ ମଧ୍ୟରେ ୧୩ ଥର ପେଟ୍ରୋଲ ଏବଂ ଡିଜେଲ୍‌ ଦର ବଢିଛି। ଦର ବଢିବା ସହ ଦିଲ୍ଲୀର ପେଟ୍ରୋଲ ପମ୍ପରେ ଡିଜେଲ ଲିଟର ପିଛା ୯୫.୮୭ ଟଙ୍କା ଏବଂ ପେଟ୍ରୋଲ ଲିଟର ପିଛା ୧୦୪.୬୧ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ଏବେ ୧୧୯.୬୭ ଲିଟର ଏବଂ ଡିଜେଲ ୧୦୩.୯୨ ଟଙ୍କା ରହିଛି। ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଅଶୋଧିତ ତୈଳର ମୂଲ୍ୟ ଉପରେ ଦେଖାଯାଉଛି।
ପ୍ରାୟ ୧୩୭ ଦିନ ପରେ, ମାର୍ଚ୍ଚ ୨୨ରୁ ତେଲ ଦର ବୃଦ୍ଧି ପାଇବା ପରେ ପ୍ରାୟ ସବୁଦିନ ଏହା ବଢିଚାଲିଛି। ୧୫ ଦିନ ମଧ୍ୟରେ କେବଳ ଦୁଇ ଦିନ ଅର୍ଥାତ୍‌ ମାର୍ଚ୍ଚ ୨୪ ଏବଂ ଏପ୍ରିଲ ୧ରେ ତୈଳ ମୂଲ୍ୟରେ କୌଣସି ବୃଦ୍ଧି ଘଟି ନ ଥିଲା।

Share