Categories: ଜାତୀୟ

‘ଜଣାନାହିଁ ଭାଜପାକୁ କିଏ ଜିତାଇଲା’

ନୂଆଦିଲ୍ଲୀ,୨୨।୩: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି। ମଙ୍ଗଳବାର ପେଟ୍ରୋଲ-ଡିଜେଲ, ଏଲପିଜି ସିଲିଣ୍ଡର ଏବଂ କିରୋସିନ ମୂଲ୍ୟ ବୃଦ୍ଧି ନେଇ ବିରୋଧୀମାନେ ଉଭୟ ଗୃହରେ ହୋହଲ୍ଲା କରିଥିଲେ।
ପେଟ୍ରୋଲ-ଡିଜେଲ ଏବଂ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ନେଇ ସମାଜବାଦୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ଜୟା ବଚ୍ଚନ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଏହି ସରକାର ସବୁବେଳେ ଏମିତି କରନ୍ତି। ୟୁପି ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ଏସ୍‌ପି ନେତା ଅଖିଳେଶ ଯାଦବ ବାରମ୍ବାର କହିଥିଲେ ଯେ ଆପଣମାନେ ସଜାଗ ରହିବା ଉଚିତ୍‌। ନିର୍ବାଚନ ପରେ ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି। ଏମାନଙ୍କୁ ଜିତାଇ କିଏ ଆଣିଛି ମୁଁ ଜାଣେ ନାହିଁ, କିନ୍ତୁ ଜନସାଧାରଣ ସେମାନଙ୍କୁ ଆଣି ନ ଥିବେ ବୋଲି ଜୟା କହିଛନ୍ତି।
ମଙ୍ଗଳବାର ରାଜ୍ୟ ସଭା ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସର ମୂଲ୍ୟ ବୃଦ୍ଧି ନେଇ ହୋହଲ୍ଲା କରିଥିଲେ। ଫଳରେ ଗୃହକୁ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

Share