ପାକିସ୍ତାନରେ ପେଟ୍ରୋଲ ୨୭୨ ଟଙ୍କା

ଇସ୍‌ଲାମାବାଦ,୧୭।୨: ଋଣ ପାଇବା ନିମନ୍ତେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)କୁ ଖୁସି କରିବା ଲାଗି ପାକିସ୍ତାନ ସରକାର ବୁଧବାର ରାତିରେ ପେଟ୍ରୋଲ ଏବଂ ଗ୍ୟାସ୍‌ ଦର ପୁଣି ବଢ଼ାଇଛନ୍ତି। ପେଟ୍ରୋଲ ଲିଟର ପିଛା ଦର ୨୨ ଟଙ୍କା ୨୦ ପଇସା ବଢ଼ି ୨୭୨ ଟଙ୍କାରେ ପହଞ୍ଚତ୍ଛି। ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ମୂଲ୍ୟ ଅତ୍ୟଧିକ ହ୍ରାସ ପାଇଥିବାରୁ ଦର ବଢ଼ିଥିବା କୁହାଯାଉଛି। ସେହିପରି ପାକିସ୍ତାନରେ ହାଇସ୍ପିଡ୍‌ ଡିଜେଲ ଦର ୨୮୦ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ କିରୋସିନ ଲିଟର ୨୦୨ ଟଙ୍କା ୭୩ ପଇସାରେ ପହଞ୍ଚତ୍ଛି। ଲାଇଟ୍‌ ଡିଜେଲ ଦର ୧୯୬ ଟଙ୍କା ୬୮ ପଇସା ରହିଛି। ତୈଳ ଦର ବଢ଼ାଇବା ଲାଗି ଆଇଏମ୍‌ଏଫ୍‌ ସର୍ତ୍ତ ରଖିଥିଲା। ପାକିସ୍ତାନରେ ଦରଦାମ୍‌ ରେକର୍ଡ ସ୍ତରରେ ଥିବାବେଳେ ତୈଳ ଦର ବୃଦ୍ଧି ଏହାକୁ ଆହୁରି ବଢ଼ାଇବ।

Share