Categories: ଜାତୀୟ

ମହାରାଷ୍ଟ୍ରରେ ୫ ଟଙ୍କା କମିଲା ପେଟ୍ରୋଲ ଦାମ…

ମୁମ୍ବାଇ,୧୪।୭ : ମୁଖ୍ୟମନ୍ତ୍ରୀ ହେବାର କିଛି ଦିନ ମଧ୍ୟରେ ଏକନାଥ ଶିନ୍ଦେ ମହାରାଷ୍ଟ୍ରର ଜନସାଧାରଣଙ୍କୁ ଉପହାର ଦେଇଛନ୍ତି। ରାଜ୍ୟରେ ପେଟ୍ରୋଲ ଦାମକୁ ଲିଟରପିଛା ୫ ଟଙ୍କା କମାଇଛନ୍ତି। ଗୁରୁବାର ମୁମ୍ବାଇରେ ଶିନ୍ଦେ ଏନେଇ ଘୋଷଣା କରିଛନ୍ତି। ସେହିପରି ଡିଜେଲ ଦାମ୍‌ ଲିଟର ପିଛା ୩ ଟଙ୍କା କମିଥିବା ସେ ସୂଚନା ପ୍ରଦାନ କରିଛନ୍ତି।

ଶିନ୍ଦେ ରାଜ୍ୟରେ ଦରଦାମ ବୃଦ୍ଧି ହ୍ରାସ କରିବା ଲାଗି ଖୁବ୍‌ ଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି କୁହାଯାଉଛି।

ମୁଖ୍ୟମନ୍ତ୍ରୀ ହେବା ପରେ ସେ ପେଟ୍ରୋଲ ଏବଂ ଡିଜେଲ ଉପରେ ବେଟ୍‌ କମ୍‌ କରିବାକୁ ଘୋଷଣା କରିଥିଲେ। ଗୁରୁବାର ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ଶିନ୍ଦେ ଉପମୁଖ୍ୟମନ୍ତ୍ରୀ ଦେବ୍ରେନ୍ଦ ଫଡ଼ନଭୀସଙ୍କ ସହିତ ଏକ ଗଣମାଧ୍ୟମ ସମ୍ମିଳନୀରେ ଯୋଗଦେଇ ଏହା ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଶିବସେନାର ବିଦ୍ରୋହୀ ନେତା ଶିନ୍ଦେଙ୍କ ସମର୍ଥନରେ ଦଳର ୫୫ ଜଣ ବିଧାୟକ ରହିଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହିତ ୧୫ ଜଣ ବିଧାୟକ ରହିଛନ୍ତି। ଏବେ ଦଳର ୧୯ ଜଣ ଏମ୍‌ପିଙ୍କ ମଧ୍ୟରୁ ୧୫ ଜଣ ଶିନ୍ଦେଙ୍କ ସମର୍ଥନରେ ଆସିବେ ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି।

Share