ନୂଆଦିଲ୍ଲୀ,୨୨।୧୦: ତୈଳଦର ବୃଦ୍ଧିରେ ଲାଗୁନି ଲଗାମ। ଶୁକ୍ରବାର ପୁଣି ୩୫ ପଇସା ବଢ଼ିଛି ପେଟ୍ରୋଲ-ଡିଜେଲ ଦର। ଏହାପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୬.୮୯ ଟଙ୍କା, ମୁମ୍ବାଇରେ ୧୧୨.୭୮ ଟଙ୍କାରେ ପହଞ୍ଚିଛି। ସେହିଭଳି ଦିଲ୍ଲୀରେ ଡିଜେଲ ଲିଟର ପିଛା ୯୫.୬୨ ଟଙ୍କା ଏବଂ ମୁମ୍ବାଇରେ ୧୦୩.୬୩ ଟଙ୍କାରେ ପହଞ୍ଚିଛି।
ପ୍ରକାଶ ଯେ, ସେପ୍ଟେମ୍ବର ୨୮ ପରଠାରୁ ସରକାର ୧୯ ଥର ପେଟ୍ରୋଲ-ଡିଜେଲ ଦର ବୃଦ୍ଧି କଲେଣି। ଅକ୍ଟୋବରକୁ ଦେଖିଲେ ଏବେସୁଦ୍ଧା ୧୭ରୁ ଅଧିକ ଥର ତୈଳ ଦର ବୃଦ୍ଧି ପାଇଲାଣି। ଚଳିତ ମାସରେ ପେଟ୍ରୋଲ ୫.୧୫ ଟଙ୍କା ମହଙ୍ଗା ହୋଇଛି। ତୈଳ ଦର ବୃଦ୍ଧି ପାଉଥିବାରୁ ବିଭିନ୍ନ ଖାଉଟି ସାମଗ୍ରୀ ଦାମ ମଧ୍ୟ ବୃଦ୍ଧି ପାଇବା ଆରମ୍ଭ ହୋଇଛି।