ନୂଆଦିଲ୍ଲୀ,୧୪।୧୦: ପୁଣି ବଢ଼ିଲା ତୈଳଦର। ଦଶହରାର ଗୋଟିଏ ଦିନ ପୂର୍ବରୁ ଗୁରୁବାର ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ଉଭୟ ତୈଳ ୩୫ ପଇସା ଲେଖାଏ ବଢ଼ିଛି। ଫଳରେ ଲିଟର ପିଛା ପେଟ୍ରୋଲର ଦାମ ୧୦୪.୭୯ ଟଙ୍କା ଏବଂ ଡିଜେଲ ଦାମ ୯୩.୫୨ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ୩୪ ପଇସା ବଢ଼ି ୧୧୦.୭୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୩୭ ପଇସା ମହଙ୍ଗା ହୋଇ ୧୦୧.୪୦ ଟଙ୍କା ହୋଇଛି। ସେହିଭଳି ଚେନ୍ନାଇ ଓ କୋଲକାତାରେ ମଧ୍ୟ ବର୍ଦ୍ଧିତ ତୈଳଦର ଲୋକଙ୍କ ଚିନ୍ତା ବଢ଼ାଇଛି। କୋଲକାତାରେ ପେଟ୍ରେଲ-ଡିଜେଲ ଦାମ ୧୦୫.୪୩ ଟଙ୍କା ଏବଂ ୯୬.୬୩ ଟଙ୍କା ରହିଛି। ସେହିଭଳି ଚେନ୍ନାଇରେ ଲୋକେ ୧୦୨.୧୦ ଟଙ୍କା ପେଟ୍ରୋଲ ପାଇଁ ଦେଉଥିବା ବେଳେ ଡିଜେଲ ୯୭.୯୩ ଟଙ୍କାରେ କିଣୁଛନ୍ତି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୧ ପଇସା ବଢ଼ି ୧୦୬.୦୬ରେ ପହଞ୍ଚିଛି। ସେହିଭଳି ଡିଜେଲ ଦାମ ୧୦୨.୩୩ ଟଙ୍କା ଛୁଇଁଛି।