ନୂଆଦିଲ୍ଲୀ,୨୮।୧୨: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ସରକାର ଦେଶବାସୀଙ୍କୁ ଏକ ବଡ ଉପହାର ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଗୁରୁବାର ବିଶେଷ ସୂତ୍ରରୁ ମିଳିଥିବା ଏକ ଖବରରୁ ଜଣାପଡିଛି କି ସରକାର ଏହି ନିର୍ବାଚନ ପୂର୍ବରୁ ପେଟ୍ରୋଲ ଦାମ ୧୦ ଟଙ୍କା କମାଇ ପାରନ୍ତି। କେବଳ ଏତିକି ନୁହେଁ ଡିଜେଲ ଦର ମଧ୍ୟ ହ୍ରାସ ହୋଇପାରେ। ସୂତ୍ରରୁ ପ୍ରକାଶ ଯେ ଗତ ସପ୍ତାହରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ ମଧ୍ୟରେ ଆଲୋଚନା ହୋଇଥିଲା।
ଏହି ତ୍ରୟ ମାସରେ, ସମସ୍ତ ତିନୋଟି କମ୍ପାନୀ ମିଳିତ ଭାବରେ ୨୮ ହଜାର କୋଟି ଟଙ୍କା ଲାଭ କରିଛନ୍ତି। ଏଥି ସହିତ, ଗତ ତିନି କ୍ୱାଟରରେ ସମସ୍ତ ତିନୋଟି ପେଟ୍ରୋଲିୟମ କମ୍ପାନୀ ମିଳିତ ଭାବରେ ମୋଟ ୧ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି। ପେଟ୍ରୋଲିୟମ କମ୍ପାନୀଗୁଡିକ ଗୋଟିଏ ଲିଟର ପେଟ୍ରୋଲରେ ୧୨ଟଙ୍କା ଏବଂ ଡିଜେଲରେ ୫ଟଙ୍କା ଲାଭ ନେଉଛନ୍ତି। ବିଶ୍ୱ ବଜାରରେ ଅଶୋଧିତ ତୌଳର ମୂଲ୍ୟ ଗତ ଏକ ବର୍ଷ ପାଇଁ ବ୍ୟାରେଲ ପିଛା ୭୫ଡଲାରରୁ କମ ରହିଛି।