ରାଜଧାନୀରେ ଭୟଙ୍କର ବିସ୍ଫୋରଣ : ପେଟ୍ରୋଲ ପମ୍ପରେ ଲାଗିଲା ନିଆଁ

ଭୁବନେଶ୍ୱର,୭ା୧୦(ବ୍ୟୁରୋ): ବୁଧବାର ଅପରାହ୍ନରେ ରାଜଭବନ ଛକସ୍ଥିତ ଏକ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ଘଟି ନିଆଁ ଲାଗିଯାଇଛି। ନିଆଁର ଭୟାବହତା ଏତେ ଯେ ଏହା ଆକାଶ ଉଚ୍ଚର ଜଳୁଛି। ବିସ୍ଫୋରଣର ଶବ୍ଦ ଖୁବ୍‌ ଜୋର୍‌ରେ ଥିଲା। ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଭୂମିକମ୍ପ ହେଲା ପରି ଥରିଉଠିଥିଲା ବୋଲି ସ୍ଥାନୀୟ ଲୋକେ କୁହନ୍ତି।

ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।

Share