କାରଣ ନ କହି ଦୋଷ ଲଦାଲଦି

ଭୁବନେଶ୍ୱର, ୨୬।୭(ବ୍ୟୁରୋ): ରାଜଭବନ ନିକଟସ୍ଥ ଆଇଓସିଏଲ୍‌(ଇଣ୍ଡିଆନ ଅଏଲ) ପେଟ୍ରୋଲ ପମ୍ପରେ ୨୦୨୦ ଅକ୍ଟୋବର ୭ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଜୋର୍‌ ଥିଲା ଯେ, ୧୦ କି.ମି. ଦୂର ପର୍ଯ୍ୟନ୍ତ ଲୋକଙ୍କ ଘର ଦ୍ୱାର ଥରାଇ ଦେଇଥିଲା। ଏହି ବିସ୍ଫୋରଣରେ ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ବାସ୍ତବ ଚିତ୍ର ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ତଦନ୍ତ ନାଁରେ ଉକ୍ତ ଘଟଣାକୁ ବର୍ତ୍ତମାନ ଚପାଇ ଦେବାର ଅପଚେଷ୍ଟା ଚାଲିଛି। ଏହି ଘଟଣାରେ ୨୦୨୦ ଅକ୍ଟୋବର ୮ ତାରିଖରେ କମିଶନରେଟ ପୋଲିସ ପକ୍ଷରୁ କ୍ୟାପିଟାଲ ଥାନାରେ ଆଇପିସି ଦଫା ୨୭୯, ୩୩୭, ୩୩୮ରେ ମାମଲା ରୁଜୁ ହୋଇଛି। ଏହସହ ପେଟ୍ରୋଲ ପମ୍ପର ଜଣେ ଅଧିକାରୀ ଓ ଜଣେ କର୍ମଚାରୀଙ୍କୁ ପଚରାଉଚୁରା କରି ଛାଡି ଦେଇଛି। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତା’ର ସତ୍ୟାସତ୍ୟ ଉନ୍ମୋଚନ କରି ରିପୋର୍ଟ ପ୍ରକାଶ କରିବା ପରିବର୍ତ୍ତେ ପୋଲିସ ଆଇଓସିଏଲ୍‌ ଉପରେ ଦୋଷ ଲଦୁଛି। ଅନ୍ୟପଟେ ଆଇଓସିଏଲ୍‌ କର୍ତ୍ତୃପକ୍ଷ ମଧ୍ୟ ତଦନ୍ତ କରି ରିପୋର୍ଟ ପ୍ରକାଶ କରିବା ପରିବର୍ତ୍ତେ ଏହାକୁ ପୋଲିସର ଦାୟିତ୍ୱ ବୋଲି କହି ନିଜ ମୁଣ୍ଡରୁ ଦୋଷ ହଟାଇବାକୁ ଚେଷ୍ଟା କରୁଛି। ପୋଲିସ ପ୍ରଶାସନ ଏବଂ ଆଇଓସିଏଲ୍‌ର ପେସୋ(ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେଫ୍ଟି ଅର୍ଗାନାଇଜେଶନ) ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଭୟ ମତ ରଖିଛନ୍ତି।
ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଗଞ୍ଜାମ ଜିଲାର ସତ୍ୟ ନାୟକ ଏବଂ ସୀମାଞ୍ଚଳ ପରିଡ଼ାଙ୍କ ମୃତ୍ୟୁ ଘଟିଥିବା ବେଳେ ଉତ୍ତର ପ୍ରଦେଶର ରିପୁ ଦାମନ ଗୁରୁତର ଆହତ ହୋଇଥିଲେ।
ମୋଟ ୮ ଜଣ ଆହତ ହୋଇଥିବା କ୍ୟାପିଟାଲ ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି। ଉକ୍ତ ବିସ୍ଫୋରଣ ଏତେ ଜୋର୍‌ ଥିଲା ଯେ ଲୋକମାନଙ୍କ ହାଡ଼, ମାଂସ ଏଣେତେଣେ ପଡ଼ିଥିଲା। ସେତେବେଳେ ୫ଜଣ ଶ୍ରମିକ ନିଖୋଜ ଥିବା କୁହାଯାଉଥିଲେ ମଧ୍ୟ ମୋଟ ୨ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଉଛି। ଦୁର୍ଘଟଣା ଘଟିବା ପରେ ଆଇଓସିଏଲ୍‌ କର୍ତ୍ତୃପକ୍ଷ କେବଳ ପମ୍ପ ମାଲିକଙ୍କ ଲାଇସେନ୍ସ ସସ୍‌ପେଣ୍ଡ ରଖିଛନ୍ତି। ସେତେବେଳେ ତୁରନ୍ତ ଘଟଣାର ତଦନ୍ତ ରିପୋର୍ଟ ପ୍ରକାଶ କରାଯିବ ବୋଲି ମତ ରଖିଥିବା କମିଶନରେଟ ପୋଲିସ ଏବେ ଏହି ଘଟଣାରେ ସେତେଟା ତତ୍ପରତା ଦେଖାଉନାହିଁ। ରାଜଧାନୀର ଉକ୍ତ ଗୋଟିଏ ପମ୍ପରେ ବିସ୍ଫୋରଣ ହେବାପରେ ସହର ଭିତରେ ରହିଥିବା ଅନ୍ୟ ପେଟ୍ରୋଲ ଟାଙ୍କିରେ ଯେପରି ଏଭଳି ଘଟଣା ନ ଘଟେ ସେନେଇ କୌଣସି ପ୍ରକାର ପଦକ୍ଷେପ ଏପର୍ଯ୍ୟନ୍ତ ନିଆଯାଇ ନାହିଁ। ଏହା ପୋଲିସର ଦାୟିତ୍ୱ ନୁହେଁ ବୋଲି ବରିଷ୍ଠ ପୋଲିସ ଅଧିକାରୀ ମତ ରଖିଛନ୍ତି। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ପେସୋ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଚୂଡାନ୍ତ ରିପୋର୍ଟ ଆସିନାହିଁ। ଆଇଓସିଏଲ୍‌ ମଧ୍ୟ ତା’ର ରିପୋର୍ଟ କମିଶନରେଟ ପୋଲିସକୁ ପ୍ରଦାନ କରିନାହିଁ। ସେତେବେଳେ ଯେତିକି ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା ସଂଖ୍ୟା ସେତିକି ରହିଛି। ରିପୋର୍ଟ ଆସିବା ପରେ ଯାହା ଜଣାପଡ଼ିବ। ଅନ୍ୟ ଟାଙ୍କିରେ ଏପରି ନ ଘଟିବା ଲାଗି ଯାଞ୍ଚ କରିବା ଆଇଓସିଏଲ୍‌ର କାମ ବୋଲି ଉମାଶଙ୍କର କହିଛନ୍ତି। ଅନ୍ୟପଟେ ପୋଲିସ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି ସିଧାସଳଖ ଆଇସିଓଏଲ୍‌ ଉପରେ ବର୍ଷିଛନ୍ତି। ଆଇଓସିଏଲ୍‌ ବଦ୍‌ମାସି ଚଳାଇଛି, ବିସ୍ଫୋରଣରେ କ୍ରାଇମ୍‌ ପାର୍ଟ ପୋଲିସର, ଏଭଳି ଘଟଣା କେମିତି ଘଟିଲା ତା’ର ବୈଷୟିକ ଦିଗ ଉପରେ ତଦନ୍ତ ଆମେ କରିପାରିବୁ ନାହିଁ ବୋଲି ସେ ମତ ରଖିଛନ୍ତି। ଅନ୍ୟପଟେ ଆଇଓସିଏଲ୍‌ର ଜଣେ ଅଧିକାରୀ ନିଜ ନାମ ପ୍ରକାଶ ନ କରିବା ସର୍ତ୍ତ ରଖି ପୋଲିସ ଉପରେ ସମ୍ପୂର୍ଣ୍ଣ ଦୋଷ ଲଦିଦେଇଛନ୍ତି। ସେ କହିଛନ୍ତି, ପୋଲିସ ତା’ର ତଦନ୍ତ କାର୍ଯ୍ୟ ଶେଷ କରୁନାହିଁ। ଆଇନ ଅନୁଯାୟୀ ଆଇଓସିଏଲ୍‌ ଘଟଣାର ତଦନ୍ତ କରିପାରିବ ନାହିଁ। ଆଇଓସିଏଲ୍‌ କେବଳ ଆଇନର ଅନୁପାଳନ କରିବ। ପେସୋ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବ ବୋଲି ସେ କହିଛନ୍ତି। ଅନ୍ୟପଟେ ପେସୋ ଡେପୁଟି ଚିଫ୍‌ କଣ୍ଟ୍ରୋଲର ରୁଆବ ଅଲ୍ଲୀ କହିଛନ୍ତି, ଆସନ୍ତା ୧୦ ଦିନ ମଧ୍ୟରେ ରିପୋର୍ଟ ଆସିବ। ଏଲ୍‌ପିଜି ଟ୍ୟାଙ୍କରେ ଟେଷ୍ଟିଂ ସମୟରେ ବ୍ଲାଷ୍ଟ ହୋଇଥିଲା। ଅନ୍ୟ କୌଣସି ପେଟ୍ରୋଲ ପମ୍ପରେ ନିୟମ ଖିଲାପି ନେଇ ତଦନ୍ତ ହୋଇ ନ ଥିବା ରୁଆବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଚର୍ଚ୍ଚାରେ ଭରତପୁର: ନୂତନ ଆଇଆଇସି କଲେ ଯଜ୍ଞ, ଲଙ୍କା, ଲେମ୍ବୁ ଲଗାଇ…

ଭୁବନେଶ୍ୱର,୨୩।୯:  ଭରତପୁର ଥାନା ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେଳେ  ଆଉ ଏକ ଫର୍ଦ୍ଦ   ଚର୍ଚ୍ଚାରେ ଜୋଡି ହୋଇଯାଇଛି।  ଥାନାରେ ନୂଆ ଆଇଆଇସି ପୂଜାପାଠ କରିଛନ୍ତି ।...

ମଞ୍ଚକୁ ଆଇଟମ୍‌ ଗର୍ଲ ଆସିବାରେ ହେଲା ବିଳମ୍ବ: ମଞ୍ଚ ଉପରକୁ ଚେୟାର ଫୋପାଡ଼ିଲେ

ପାଟଣା,୨୩।୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ସାହାରପଡା ବ୍ଲକ ଦାମାହୁଦା ଠାରେ ଚାଲିଛି ଯାତ୍ରା କଳିଙ୍ଗକନ୍ୟା। ମଞ୍ଚକୁ ସୋମବାର ରାତିରେ ଜଣେ ଚର୍ଚ୍ଚିତ ଆଇଟମ୍‌ ଗର୍ଲ ଆସିବାର...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପୀଡ଼ିତାଙ୍କ ବାପା କହିଲେ ଝିଅ ସବୁବେଳେ ରାତିରେ…

ଭୁୁବନେଶ୍ୱର,୨୩।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଚର୍ଚ୍ଚା ଥମିବା ନାଁ ନେଉନି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି...

ଦୀର୍ଘ ୬୩ ବର୍ଷ ପରେ ବଦଳିଲା ବ୍ଲକ କାର୍ଯ୍ୟାଳୟର ଫାଟକ, ଉଦ୍‌ଘାଟନ କଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ

ଦାରିଙ୍ଗବାଡ଼ି,୨୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଦିନିକିଆ ଗସ୍ତ କରିଛନ୍ତି। ଏହି ଅବସରରେ ଦାରିଙ୍ଗବାଡ଼ି ବ୍ଲକ...

ମେଜର, ପୀଡ଼ିତାଙ୍କ ନାଁ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୩ା୯: ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାରଣ କରିଛନ୍ତି ହାଇକୋର୍ଟ।...

ଭରା ନଦୀ ପାର ହୋଇ ଗାଁରେ ପହଞ୍ଚି ଲୋକଙ୍କ କଥା ଶୁଣିଲେ ବିଧାୟକ

ଚିତ୍ରକୋଣ୍ଡା/ମାଲକାନଗିରି,୨୩।୯: ମାଲକାନଗିରି ଜିଲା ଅପହଞ୍ଚ ଗଜିଆଗୁଡ଼ା ଗାଁରେ ସୋମବାର ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି ଚିତ୍ରକୋଣ୍ଡା କଂଗ୍ରେସ ବିଧାୟକ ମଙ୍ଗୁ ଖିଲ। ମିଳିଥିବା ସୂଚନା ମୁତାବକ,...

ସଫଳତା ଛୁଇଁବାରେ ପ୍ରତିବନ୍ଧକ ସାଜେନି ଶବ୍ଦ

ଭୁବନେଶ୍ୱର,୨୩ା୯ (ବନ୍ଦନା ସେଠୀ): ପରସ୍ପର ମଧ୍ୟରେ ଭାବ ଆଦାନ ପ୍ରଦାନର ମୁଖ୍ୟ ମାଧ୍ୟମ ହେଉଛି ଭାଷା। ଆମେ କହୁଥିବା ପ୍ରତିଟି ଶବ୍ଦକୁ ନେଇ ତିଆରି ହୁଏ...

ବନ୍ଦ ଡାକରା ପ୍ରତ୍ୟାହୃତ କରିନେଲା ବିଜେଡି, କହିଲା ଏହି ବଡ଼ କାରଣ…

ଭୁବନେଶ୍ୱର,୨୩ା୯: ବିଜେଡି ପକ୍ଷରୁ ୨୩ ତାରିଖ ମଙ୍ଗଳବାର ପାଇଁ ଦିଆଯାଇଥିବା ୬ ଘଣ୍ଟିଆ ବନ୍ଦ ଡାକରାକୁ ପ୍ରତ୍ୟାହାର କରିନିଆଯାଇଛି। ଏନେଇ ବିଜେଡି ପକ୍ଷରୁ ସୋମବାର ଏକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri