ରାଜଭବନ ଛକ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଡିଏନ୍‌ଏରୁ ସ୍ପଷ୍ଟ ହେଲା ସୀମାଞ୍ଚଳ ମୃତ

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ): ରାଜଭବନ ଛକ ନିକଟରେ ଥିବା ପେଟ୍ରୋଲ ପମ୍ପ୍‌ ବିସ୍ଫୋରଣ ଘଟଣା ପରଠାରୁ ବ୍ରହ୍ମପୁରର ସୀମାଞ୍ଚଳ ପରିଡ଼ା ନିଖୋଜ ଥିଲେ। ଘଟଣାସ୍ଥଳରୁ ଖଣ୍ଡ ବିଖଣ୍ଡିତ ଶରୀରର କିଛି ମାଂସ ଖଣ୍ଡ ମିଳିଥିଲା। ଏହି ବିସ୍ଫୋରଣରେ ସୀମାଞ୍ଚଳଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିଲା। ତେବେ ଡିଏନ୍‌ଏ ଟେଷ୍ଟ ପାଇଁ ଯାଇଥିଲା। ଗୁରୁବାର ଏହି ରିପୋର୍ଟ ଆସିଥିବା ବେଳେ ଏହା ମୃତ ସୀମାଞ୍ଚଳଙ୍କର ବୋଲି ସ୍ପଷ୍ଟ ହୋଇଛି। ଦେଇଛନ୍ତି। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏନେଇ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏନେଇ ସୀମାଞ୍ଚଳଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ପୋଲିସ କମିଶନର। ଅନ୍ୟ କାହାର ମୃତ୍ୟୁ ହୋଇଛି କି ନାହିଁ ଡିଏନ୍‌ଏ ରିପୋର୍ଟରେ କୌଣସି ସୂଚନା ନାହିଁ। ତେବେ ଖୁବ୍‌ଶୀଘ୍ର ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ଦିଆଯିବ ବୋଲି ପୋଲିସ କମିଶନର କହିଛନ୍ତି।

ସୂଚନାଯୋଗ୍ୟ, ସୀମାଞ୍ଚଳଙ୍କୁ ମିଶାଇ ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି।

Share