Categories: ଫୁରସତ

୫ମ ମହଲାରେ ପେଟ୍ରୋଲ ପମ୍ପ

ବେଜିଂ: ଚାଇନା ଦୁନିଆରେ ନିଜର ଅଜବଗଜବ କାରନାମା ପାଇଁ ବେଶ୍‌ ପରିଚିତ। ଏହାର ପ୍ରସ୍ତୁତି ଦୁନିଆକୁ ଅନେକ ସମୟରେ ଆଶ୍ଚର୍ଯ୍ୟରେ ପକାଇଥାଏ। ନିକଟରେ ଚାଇନା ଏପରି ଏକ ପେଟ୍ରୋଲ ପମ୍ପ ତିଆରି କରିଛି, ଯାହା ଏକ ବିଲ୍ଡିଂର ୫ମ ମହଲାରେ ରହିଛି। ଏହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଅଧିକାଂଶ ଲୋକ ଏଥିରେ କମେଣ୍ଟ କରିଛନ୍ତି କି ପେଟ୍ରୋଲ ପମ୍ପରୁ ତେଲ ଭରିବ କେମିତି? ସୂଚନା ମୁତାବକ, ପେଟ୍ରୋଲ ପମ୍ପଟି ଚାଇନାର ଚୋଙ୍ଗକିଙ୍ଗରେ ରହିଛି। ଭାଇରାଲ ଭିଡିଓରେ ଲୋକେ ସେହି ପେଟ୍ରୋଲ ପମ୍ପରୁ ତେଲ ଭରୁଥିବା ଦେଖିବାକୁ ମିଳିଛି। ପ୍ରକୃତରେ ଏହି ବିଲ୍ଡିଂକୁ ବହୁତ ତଳୁଆ ପ୍ରସ୍ତୁତ କରାଯାଇଛି। ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ବିଲ୍ଡିକୁ ତଳ ଅଞ୍ଚଳରେ ପ୍ରସ୍ତୁତ କରାଯାଇଛି। ଏହାକୁ ଧ୍ୟାନରେ ଦେଖିଲେ ଜଣାପଡ଼ିବ କି, ଏହି ବିଲ୍ଡିଂ ପଛପଟେ ଏକ ରାସ୍ତା ରହିଛି; ଯେଉଁ ରାସ୍ତାଟି ବିଲ୍ଡିଂର ୫ମ ମହଲା ଉଚ୍ଚର। ଚାଇନାର ଏହି ପେଟ୍ରୋଲ ପମ୍ପ ତା’ ଅଜବଗଜବ କାମ ମଧ୍ୟରୁ ଗୋଟେ। ସାମ୍ନା ପଟୁ ଦେଖିବାକୁ ଗଲେ, ୫ମ ମହଲାରେ କରାଯାଇଥିବା ପେଟ୍ରୋଲ ପମ୍ପର ଯୋଜନା ବ୍ୟର୍ଥ ମନେହେଉଛି। ହେଲେ ଅନ୍ୟପଟୁ ଦେଖିଲେ ଏତେ ମହଲା ଉପରେ ପେଟ୍ରୋଲ ପମ୍ପ କରିବାର ଅର୍ଥ ସଫା ଜଣାପଡୁଛି।

Share