Categories: ଜାତୀୟ

୨୪ ଘଣ୍ଟା ପର୍ଯ୍ୟନ୍ତ ମିଳିବ ନାହିଁ ପେଟ୍ରୋଲ-ଡିଜେଲ

ହରିୟାଣା,୧୫ ।୧୧: ହରିୟାଣାରେ ପେଟ୍ରୋଲ ପମ୍ପ ମାଲିକମାନେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଇନ୍ଦନ ଉପରେ ଥିବା ଭାଟକୁ କମ୍ କରିବା ଦାବିରେ ଏମାନେ ବନ୍ଦ ଡାକରା ଦେଇଛନ୍ତି । ତେଣୁ ହରିୟାଣାରେ ୨୪ ଘଣ୍ଟା ମଧ୍ୟରେ ପେଟ୍ରୋଲ-ଡିଜେଲ ମିଳିବ ନାହିଁ । ପେଟ୍ରୋଲ ପମ୍ପ ମାଲିକଙ୍କ କହିବା କଥା ହେଲା ସରକାର ହଠାତ୍ ନେଇଥିବା ନିଷ୍ପତ୍ତି କାରଣରୁ ଆମକୁ ବହ କ୍ଷତି ସହିବାକୁ ପଡୁଛି । ଏହାବ୍ୟତୀତ ଆଉ ଦୁଇଟି ଦାବି ମଧ୍ୟ କରାଯାଇଛି । ଗୋଟିଏ ହେଉଛି କମିଶନ ବୃଦ୍ଧି ଓ ଅନ୍ୟଟି ହେଉଛି କିଛି ରାଜ୍ୟରେ ବେସ ଅଏଲକୁ ଡିଜେଲ କହି ବିକ୍ରି କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ସୂଚନାଯୋଗ୍ୟ, ହରିୟାଣାର ପେଟ୍ରୋଲ ଡିଲର୍ସ ଆସୋସିଏଶନ ସୋମବାର ସକାଳ ୬ଟାରୁ ମଙ୍ଗଳବାର ଅର୍ଥାତ୍ ୧୬ ନଭମ୍ବରସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛନ୍ତି । ସେଥିପାଇଁ ହରିୟାଣାର ଅଧିକାଂଶ ପେଟ୍ରୋଲ ପମ୍ପ ବନ୍ଦ ରହୁଥିବାରୁ ଲୋକେ ଅସୁବିଧାରେ ପଡିପାରନ୍ତି ।

Share