୩୦ରୁ ୩୫ ଟଙ୍କା କମ୍‌ ଦରରେ ମିଳିପାରିବ ପେଟ୍ରୋଲ

ନୂଆଦିଲ୍ଲୀ,୨୦।୯: ପେଟ୍ରୋଲ ଏବଂ ଡିଜେଲ ସାମଗ୍ରୀ ଓ ସେବା ଟିକସ୍‌(ଜିଏସ୍‌ଟି) ପରିସରଭୁକ୍ତ ହେଲେ ତେଲ ଦର ୩୦ରୁ ୩୫ ଟଙ୍କା ହ୍ରାସ ହେବ ବୋଲି ଭାଜପା ନେତା କେ.ଆନ୍ନାମଲାଇ ସୋମବାର କହିଛନ୍ତି। ଏପରି ହେଲେ କେନ୍ଦ୍ରକୁ ଏହା ଉପରେ ସରଚାର୍ଜ ଏବଂ ସେସ୍‌ ଲଗାଇବାକୁ ପଡିବ ନାହିଁ। ପେଟ୍ରୋଲ ଏବଂ ଡିଜେଲକୁ ୨୮% ସ୍ଲାବରେ ରଖିବା ଲାଗି କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ମାତ୍ର ରାଜ୍ୟଗୁଡିକ ଏହାକୁ ବିରୋଧ କରୁଥିବା ସେ ମତ ରଖିଛନ୍ତି।

ମିଳିଥିବା ସୂଚନା ମୁତାବକ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୭୫ ଡଲାର ଛୁଇଁଛି। ଏହାକୁ ଦେଖିଲେ ଆଗାମୀ ଦିନଗୁଡିକରେ ତେଲ ଦର ଲିଟର ପିଛା ୩ ଟଙ୍କା ବୃଦ୍ଧି ଘଟିପାରେ। ଗତ ଗୋଟିଏ ବର୍ଷରେ ପେଟ୍ରୋଲ ଲିଟର ପିଛା ୩୦ ଟଙ୍କା ଛୁଇଁଥିବା ଜଣାପଡିଛି।

Share