ବିନା ହେଲମେଟ୍‌ରେ ଦିଆଯାଉଥିଲା ପେଟ୍ରୋଲ, ତାପରେ …

ମାଲକାନଗିରି,୧୩ା୨: ମାଲକାନଗିରି ଜିଲା ଯୋଗାଣ ବିଭଗ ପକ୍ଷରୁ ଶନିବାର ଜିଲା ସଦର ମହକୁମାରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ଯାଞ୍ଚ କରାଯାଇଥିଲା। ଏହି ସମୟରେ ନିୟମ ଉଲ୍ଲଂଘନ କରିଥିବାରୁ ଏକ ପେଟ୍ରୋଲ ପମ୍ପକୁ ସିଲ ପ୍ରଶାସନ ସିଲ୍‌ କରିଥିଲା। ନିୟମ ଅନୁଯାୟୀ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ୨ ଚକିଆ ଯାନକୁ ବିନା ହେଲମେଟରେ ପେଟ୍ରୋଲ ନ ଦେବାକୁ କୁହାଯାଇଥିଲା। ମାତ୍ର ଯାଞ୍ଚ ବେଳେ ଗନ୍ଧିପାଲିସ୍ଥିତ ସାନ ଫିଲିଙ୍ଗ ଷ୍ଟେସନର ପେଟ୍ରୋଲ ପମ୍ପ ଏହି ନିୟମକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଥିଲା। ବିନା ହେଲମେଟ୍‌ରେ ବାଇକ୍‌ ଚାଳକଙ୍କୁ ପେଟ୍ରୋଲ ପମ୍ପ ପକ୍ଷରୁ ପେଟ୍ରୋଲ ମିଳୁଥିଲା। ଫଳରେ ଏହି ପେଟ୍ରୋଲ ପମ୍ପକୁ ସିଲ୍‌ କରାଯାଇଥିଲା। ବିଭାଗ ପକ୍ଷରୁ ଏଣିକି ପ୍ରତ୍ୟେହ ଯାଞ୍ଚ କରାଯିବ। ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ କହିଛନ୍ତି। ଏହି ଚଢାଉରେ ଜିଲା ଯୋଗାଣ ଅଧିକାରୀ ରଥଙ୍କ ସମେତ କର୍ମଚାରୀମାନେ ସାମିଲ ହୋଇଥିଲେ।

Share