ପେଟ୍ରୋଲ ୨୬, ଡିଜେଲ ୩୮ ପଇସା କମିଲା

ଭୁବନେଶ୍ୱର,୧୯। ୯: ପେଟ୍ରୋଲ ଏବଂ ଡିଜେଲ ଦର ଶୁକ୍ରବାର ହ୍ରାସ ହୋଇଛି। ଭୁବନେଶ୍ୱରରେ ଶୁକ୍ରବାର ପେଟ୍ରୋଲ ୨୬ ଏବଂ ଡିଜେଲ ୩୮ ପଇସା କମିବା ଯୋଗୁ ଦର ଯଥାକ୍ରମେ ୮୧.୬୯ ଟଙ୍କା ଏବଂ ୭୮.୩୫ ଟଙ୍କାକୁ ଖସିଛି। ଏଠାରେ ଇନ୍ଧନ ଦର ନୂଆଦିଲ୍ଲୀଠାରୁ ଊର୍ଦ୍ଧ୍ୱରେ ରହିଛି। ଗୁରୁବାର ପେଟ୍ରୋଲ ଏବଂ ଡିଜେଲ ଦର ମଧ୍ୟ ଯଥାକ୍ରମେ ୧୫ ପଇସା, ୨୧ ପଇସା ହ୍ରାସ ହୋଇଥିଲା। ଶୁକ୍ରବାର ମେଟ୍ରୋ ସହରଗୁଡିକରେ ପେଟ୍ରୋଲ ୨୩ରୁ ୨୬ ପଇସା ଏବଂ ଡିଜେଲ ୩୩ରୁ ୩୭ ପଇସା ଖସିଥିବା ଦୃଷ୍ଟିକୁ ଆସିଛି। ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୧.୧୪ ଟଙ୍କା ଥିବା ବେଳେ ଚେନ୍ନାଇରେ ୮୪.୨୧ ଟଙ୍କା, କୋଲକାତାରେ ୮୨.୬୭ ଟଙ୍କା ଏବଂ ମୁମ୍ବାଇରେ ୮୭.୮୨ ଟଙ୍କା ରହିଛି। ସେହିଭଳି ଏହି ସହରଗୁଡିକରେ ଡିଜେଲ ଦର ୭୨.୦୨ ଟଙ୍କା, ୭୭.୪୦ ଟଙ୍କା, ୭୫.୫୨ ଟଙ୍କା ଏବଂ ୭୮.୪୮ ଟଙ୍କା ରହିଥିବା ଇଣ୍ଡିଆନ ଅଏଲ ପକ୍ଷରୁ ସୂଚନା ଦିଆଯାଇଛି।

Share