Categories: ଜାତୀୟ

ସୁନା ପରେ ଏବେ ବିହାରରେ ପେଟ୍ରୋଲିୟମ ଭଣ୍ଡାର ମିଳିବାର ସଙ୍କେତ, ଖୋଜିବାକୁ ଓଏନଜିସିକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୭ ।୬: ବିହାରର ଜମୁଇରେ ଗୋଟିଏ ପଟେ ଦେଶର ସବୁଠାରୁ ବଡ ସୁନା ଖଣି ଥିବା କୁହାଯିବା ପରେ ଏବେ ଅନ୍ୟପଟେ ବକ୍ସର ଓ ସମସ୍ତିପୁରରେ ପ୍ରେଟ୍ରୋଲିୟମ ଭଣ୍ଡାର ଥିବା ଆଶଙ୍କା କରାଯାଉଛି । ସମସ୍ତିପୁର ଜିଲାର ୩୦୮ କିଲୋମିଟର ଓ ବକ୍‌ସରର ୫୨,୧୩ ବର୍ଗ ମିଟର ଅଞ୍ଚଳରେ ପେଟ୍ରୋଲିୟମ ପଦାର୍ଥ ମିଳିବାର ସଙ୍କେତ ମିଳୁଛି । ଏହାକୁ ଖୋଜିବାକୁ ବିହାର ସରକାର ସ୍ୱିକୃତି ଦେଇଛନ୍ତି । ଏହାର ସୂଚନା ଦେଇ ଭାରତ ସରକାରଙ୍କ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ସମସ୍ତିପୁର ଜିଲା ଦେଇ ଯାଇଥିବା ଗଙ୍ଗା ବେସିନରେ ତେଲର ପର୍ଯ୍ୟାପ୍ତ ଭଣ୍ଡାର ଥିବାର ଅନୁମାନ କରାଯାଇଛି । ତେବେ ପେଟ୍ରୋଲିୟମ ମନ୍ତ୍ରୀଙ୍କ ସହ କଥା ହେବା ପରେ ସମସ୍ତିପୁର ଜିଲାରେ ତୈଳ ଭଣ୍ଡାର ଥିବା ମୁଁ ଦାବି କରିପାରିବି ଓ ଏହା ସତ୍ୟ ହେବ ବୋଲି ଶ୍ରୀ ରାୟ କହିଛନ୍ତି । ଯଦି ଏଠାରେ ୩୦୮ କିଲୋମିଟର ବର୍ଗ କ୍ଷେତ୍ରରେ ତୈଳ ଭଣ୍ଡାର ମିଳିଯାଇ ତେବେ ଆପଣମାନେ ଅନୁମାନ କରନ୍ତୁ ସମସ୍ତିପୁର ଓ ବିହାରର ଅବସ୍ଥା କ’ଣ ହେବ ।

Share