ଦୀପାବଳି ଉପହାର ଦେଲେ କେନ୍ଦ୍ର ସରକାର, ଖାତାକୁ ଗଲା ପିଏଫ ସୁଧ ଟଙ୍କା

ନୂଆଦିଲ୍ଲୀ,୧୦।୧୧: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଏ) ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ଆକାଉଣ୍ଟକୁ ସୁଧ ଦେବା ଆରମ୍ଭ। ହୋଇଛି। ଏନେଇ ଇପିଏଫଏ ପକ୍ଷରୁ ସୂଚନା ଦିଆଯାଇଛି। ଏକ ବିବୃତ୍ତିରେ କୁହାଯାଇଛି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପିଏଫ ଆକାଉଣ୍ଟ ନିବେଶ ଉପରେ ୮.୧୫% ହାରରେ ସୁଧ ଟଙ୍କା ମିଳିବା ଆରମ୍ଭ ହୋଇଛି।

କିଛି ଉପଭୋକ୍ତା ଏହି ଟଙ୍କା ମିଳିବାର ମେସେଜ ପାଇଁ ସାରିଥିବା ବେଳେ ଅନ୍ୟମାନଙ୍କୁ ପହଞ୍ଚିବାକୁ କିଛି ସମୟ ଲାଗୁଥିବା ଇପିଏଫଓ ପକ୍ଷରୁ କୁହାଯାଇଛି। ସୁଧ ଆକାଉଣ୍ଟ ମାନଙ୍କୁ ଯିବାର ପ୍ରକ୍ରିୟା ଚାଲୁ ରହିଛି ଏବଂ ସେଠାରେ ଖୁବ୍ ଶୀଘ୍ର ସମସ୍ତ ଉପଭୋକ୍ତାଙ୍କ ଖାତାରେ ଏହା ପହଞ୍ଚିଯିବ। ଯେତେବେଳେ ସୁଧ କ୍ରେଡିଟ୍ ହେବ, ଏହା ଜମା ହୋଇ ପୂର୍ଣ୍ଣ ଭାବରେ ପ୍ରଦାନ କରାଯିବ। କୌଣସି ସୁଧର କାଟିବାର ନାହିଁ, ଦୟାକରି ଧର୍ଯ୍ୟ ବଜାୟ ରଖନ୍ତୁ” ବୋଲି ଇପିଏଫଓ ପକ୍ଷରୁ କୁହାଯାଇଛି।

କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୁପେନ୍ଦର ଯାଦବ କହିଛନ୍ତି ଯେ ଏହି ସୁଧ ୨୪ କୋଟିରୁ ଅଧିକ ଆକାଉଣ୍ଟରେ ଜମା ହୋଇସାରିଛି। ପିଏଫ ସୁଧ ହାର ପ୍ରତିବର୍ଷ ଅର୍ଥ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ଇପିଏଫଓର ସେଣ୍ଟ୍ରାଲ ଟ୍ରଷ୍ଟି ବୋର୍ଡ (ସିବିଟି) ଦ୍ୱାରା ସ୍ଥିର କରାଯାଇଥାଏ। ଚଳିତ ବର୍ଷ ଜୁନ୍ ମାସରେ ଇପିଏଫ୍ଓ ଦ୍ୱାରା ସୁଧ ହାର ଘୋଷଣା କରାଯାଇଥିଲା।

Share