ଚେନ୍ନାଇ,୨୩।୯: ଆତଙ୍କବାଦୀଙ୍କୁ ପାଣ୍ଠି ଓ ଅନ୍ୟାନ୍ୟ ସହାୟତା ଯୋଗାଇବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଗୁରୁବାର ୧୧ ରାଜ୍ୟରେ ଚଢ଼ାଉ କରି ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର ୧୦୬ ଜଣ କର୍ମୀଙ୍କୁ ଗିରଫ କରାଯାଇଛି। ଦେଶବ୍ୟାପୀ ହୋଇଥିବା ଏହି ଚଢ଼ାଉରେ ଏନ୍ଆଇଏ ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ସମ୍ପୃକ୍ତ ରାଜ୍ୟ ପୋଲିସ ସାମିଲ ହୋଇଥିଲେ। ଏହା ଦେଶରେ ଅଦ୍ୟାବଧି ହୋଇଥିବା ସବୁଠୁ ବଡ଼ ଚଢ଼ାଉ ବୋଲି କୁହାଯାଉଛି।
କେନ୍ଦ୍ରୀୟ ଏଜେନ୍ସିଗୁଡିକର କାର୍ଯ୍ୟକଳାପ ବିରୋଧରେ ଦୃଢ ପ୍ରଦର୍ଶନ କରି ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) କେରଳରେ ଶୁକ୍ରବାର ସକାଳ ସା ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଛି। କେରଳରୁ ତାମିଲନାଡୁ ପର୍ଯ୍ୟନ୍ତ ଏହାକୁ ଭଙ୍ଗାରୁଜା କରାଯାଉଛି, ତାମିଲନାଡୁର ଭାଜପା କାର୍ଯ୍ୟାଳୟ ଉପରେ ମଧ୍ୟ ଆକ୍ରମଣ କରାଯାଇଛି। କୋଚିରେ ସରକାରୀ ବସ୍କୁୁ ଟାର୍ଗେଟ କରି ଭଙ୍ଗାରୁଜା କରାଯାଇଛି। ଆହୁରି ମଧ୍ୟ, ତିରୁଭାନନ୍ତପୁରମରେ ଅନେକ ସ୍ଥାନରେ ଭାଙ୍ଗାରୁଜା ହୋଇଛି।