Categories: ଜାତୀୟ

ଜୁଲାଇରେ ଆସିବ ଫାଇଜର ଟିକା

ନୂଆଦିଲ୍ଲୀ, ୨୭।୫: ଦେଶରେ କୋଭିଡ୍‌ ଟିକା ଅଭାବ ପୂରଣ କରିବା ଲାଗି ସରକାର ବିଦେଶରୁ ଭାକ୍ସିନ ଆମଦାନିକୁ ତ୍ୱରାନ୍ବିତ କରିବାକୁ ଚାହୁଁଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଟିକା ନୀତିରେ ପରବର୍ତ୍ତନ କରାଯିବ ବୋଲି ନୀତି ଆୟୋଗ ସଦସ୍ୟ ଭି.କେ ପଲ୍‌ ସୂଚନା ଦେଇଛନ୍ତି। ଆମେରିକାର ଫାଇଜର କମ୍ପାନୀ ଭାରତକୁ ୫ କୋଟି ଡୋଜ୍‌ ଟିକା ଯୋଗାଇଦେବାକୁ ପ୍ରସ୍ତୁତ ବୋଲି କହିଛି। ଏହି ଟିକା ଭାତରକୁ ଆସିବା ପରେ ଏହାର କୌଣସି ପ୍ରକାର ପରୀକ୍ଷା କରାଯିବ ନାହିଁ। ଆଗାମୀ ଜୁଲାଇରୁ ଅକ୍ଟୋବର ମଧ୍ୟରେ ଫାଇଜର ୫ କୋଟି ଟିକା ଯୋଗାଇଦେବାକୁ କହିଛି। ମଡର୍ନା ଏବଂ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ କମ୍ପାନୀଠାରୁ ଟିକା ଆମଦାନି ଲାଗି ମଧ୍ୟ ଆଲୋଚନା ଚାଲିଥିବା ସରକାରଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

Share