ପିଲାଙ୍କ ପାଇଁ ଫାଇଜର ୯୦.୭% ଫଳପ୍ରଦ

ଓ୍ବାଶିଂଟନ୍‌, ୨୪ା୧୦: ୫ରୁ ୧୧ ବର୍ଷର ପିଲାଙ୍କ ପାଇଁ ଫାଇଜର କରୋନା ଟିକା ୯୦.୭ ପ୍ରତିଶତ ପ୍ରଭାବଶାଳୀ ବୋଲି ଫାଇଜର ଏବଂ ବାୟୋଏନ୍‌ଟେକ୍‌ ପକ୍ଷରୁ ଦାବି କରାଯାଇଛି। ଆସନ୍ତା ୨୬ରେ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡମିନିଷ୍ଟ୍ରେଶନ(ଏଫ୍‌ଡିଏ)ର ବୈଠକ ଥିବାବେଳେ ଏହା ପୂର୍ବରୁ ଏକ ଡକ୍ୟୁମେଣ୍ଟର ତଥ୍ୟକୁ କମ୍ପାନୀ ପ୍ରକାଶ କରିଛି। ଉକ୍ତ ବୟସ ବର୍ଗର ପିଲାଙ୍କ ନିମନ୍ତେ ଟିକାର ଜରୁରୀ ବ୍ୟବହାରକୁ ମଞ୍ଜୁରୀ ନିମନ୍ତେ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଆବେଦନ କରୁଛନ୍ତି। ୩ ସପ୍ତାହ ବ୍ୟବଧାନରେ ଏହାର ଦୁଇଟି ଡୋଜ୍‌ ଦିଆଯିବ। ତଥ୍ୟରୁ ଜଣାପଡ଼ିଛି, ପ୍ରାରମ୍ଭିକ ପର୍ଯ୍ୟାୟରେ ୫ରୁ ୧୧ ବର୍ଷର ପିଲାଙ୍କଠାରେ ଏହି ଟିକା କୋଭିଡ୍‌ ବିରୋଧରେ ସୁରକ୍ଷା ଦେବାରେ ସକ୍ଷମ ହୋଇଛି। ଆସନ୍ତା ୨୬ରେ ହେବାକୁ ଥିବା ଏଫ୍‌ଡିଏ ବୈଠକରେ ମଞ୍ଜୁରୀ ମିଳିଲେ ଶିଶୁଙ୍କ ପାଇଁ ଏହା ପ୍ରଥମ କରୋନା ଟିକା ହେବ। ଏବେ ୧୬ରୁ ଅଧିକ ବର୍ଷ ବୟସର ପିଲାଙ୍କ ପାଇଁ ଫାଇଜର-ବାୟୋଏନ୍‌ଟେକ୍‌ ଭାକ୍ସିନକୁ ସମ୍ପୂର୍ଣ୍ଣ ଭାବେ ଅନୁମତି ମିଳିଛି।

Share