ଫାଇଜର ଟିକାକୁ ସିଙ୍ଗାପୁରରେ ମଞ୍ଜୁରୀ

ସିଙ୍ଗାପୁର,୧୫।୧୨: ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକାକୁ ସିଙ୍ଗାପୁରରେ ଦିଆଯିବା ଲାଗି ମଞ୍ଜୁରୀ ମିଳିଛି। ଚଳିତ ମାସରେ ପ୍ରଥମ ଅର୍ଡର ଟିକା ଏଠାରେ ପହଞ୍ଚିବ ବୋଲି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ଶେନ୍‌ ଲାଙ୍ଗ୍‌ ଜାତୀୟ ଟେଲିଭିଜନରେ ଘୋଷଣା କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଏବଂ କ୍ଲିନିକାଲ ଟ୍ରାଏଲ୍‌ ପରେ ଟିକାକୁ ସାର୍ବଜନୀକ ଭାବେ ଦେଶରେ ଦିଆଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସେ କହିଛନ୍ତି। ସରକାର ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି। ଆସନ୍ତା ୨୦୨୧ ବର୍ଷର ମାର୍ଚ୍ଚ ସୁଦ୍ଧା ଦେଶରେ ସମସ୍ତଙ୍କୁ ଟିକା ଦିଆ ସରିଥିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଦେଶରେ ଟିକାକରଣ କାର୍ଯ୍ୟ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମିଳିତ ସହଯୋଗରେ ବିଶେଷଜ୍ଞ ଏବଂ ଚିକିତ୍ସକଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିବା ସେ କହିଛନ୍ତି।

Share