Categories: ବାଣିଜ୍ୟ

ପତଞ୍ଜଳି ଆୟୁର୍ବେଦକୁ ଅଧିଗ୍ରହଣ କରିବ ପିଏଫ୍‌ଏଲ୍‌

ଭୁବନେଶ୍ୱର,୨।୭(ଅନୁରାଧା ମହାରଣା): ପତଞ୍ଜଳି ଫୁଡ୍‌ ଲିମିଟେଡ୍‌(ପିଏଫଏଲ) ବୋର୍ଡ ଏହାର ପ୍ୟାରେଣ୍ଟ କମ୍ପାନୀ ପତଞ୍ଜଳି ଆୟୁର୍ବେଦର ‘ହୋମ୍‌ ଆଣ୍ଡ ପର୍ସନାଲ କେୟାର’ ବ୍ୟବସାୟ କ୍ରୟ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ବ୍ୟବସାୟ କିଣିବା ପାଇଁ ପତଞ୍ଜଳି ଫୁଡ୍ସ ଲମ୍ପସମ ମୂଲ୍ୟ ନିର୍ଦ୍ଧାରଣ ପାଇଁ ୧,୧୦୦ କୋଟି ଟଙ୍କା ଖର୍ଚ୍ଚ କରିବ। ପତଞ୍ଜଳି ଫୁଡସ୍‌ ଅଗ୍ରଣୀ ଏଫ୍‌ଏମସିଜି କମ୍ପାନୀ ହେବା ଲକ୍ଷ୍ୟରେ ଏହି ଅଧିଗ୍ରହଣ କରୁଛି। ପତଞ୍ଜଳି ଆୟୁର୍ବେଦ ଲିମିଟେଡ (ପାଲ)ର ହୋମ ଆଣ୍ଡ ପର୍ସନାଲ କେୟାର ବ୍ୟବସାୟରେ ଭାରତର ଏଫ୍‌ଏମସିଜି ସ୍ପେସରେ ଏକ ଦୃଢ଼ ବ୍ରାଣ୍ଡ ଇକ୍ୱିଟି ଅଛି। ଏହା ବ୍ୟତୀତ ସମଗ୍ର ଦେଶରେ ଏହାର ଏକ ବିଶ୍ୱସ୍ତ ଉପଭୋକ୍ତା ଆଧାର ଅଛି। ସୋମବାର କାରବାର ଶେଷ ହେବା ପରେ ପତଞ୍ଜଳି ଫୁଡ୍‌ସ ଲିମିଟେଡର ଶେୟାର ୭.୪୫% ବୃଦ୍ଧି ସହିତ ୧,୭୧୦ ଟଙ୍କା ବନ୍ଦ ହୋଇଯାଇଥିଲା। ଏହା ସହିତ କମ୍ପାନୀର ମାର୍କେଟ କ୍ୟାପ ୫୮.୫୪ ହଜାର କୋଟି ଟଙ୍କା ହୋଇଛି। ଗତ ଏକ ବର୍ଷ ମଧ୍ୟରେ କମ୍ପାନୀର ଶେୟାରଗୁଡିକ ଏହାର ନିବେଶକମାନଙ୍କୁ ୪୩.୪୯% ରିଟର୍ନ ଦେଇଛି। ପତଞ୍ଜଳି ଫୁଡ୍‌ସ୍‌ କହିଛି ଯେ, କମ୍ପାନୀ ଏବଂ ପତଞ୍ଜଳି ଆୟୁର୍ବେଦ ୩% କାରବାର ଭିତ୍ତିକ ଶୁଳ୍କ ତଥା ଅନ୍ୟାନ୍ୟ ସର୍ତ୍ତାବଳୀ ପାଇଁ ୨୦ ବର୍ଷର ଲାଇସେନ୍ସ ଚୁକ୍ତିରେ ସହମତ ହୋଇଛନ୍ତି। ଏହି ଅଧିଗ୍ରହଣ ପତଞ୍ଜଳି ବ୍ରାଣ୍ଡର ଏଫ୍‌ଏମସିଜି ଉତ୍ପାଦ ପୋର୍ଟଫୋଲିଓର ଏକୀକରଣକୁ ତ୍ୱରାନ୍ବିତ କରିବ।

Share