ମଙ୍ଗଳବାରଠୁ ପିଜି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର, ୨।୧୦(ଅସମାପିକା ସାହୁ): ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ପର୍ଯ୍ୟାୟ ପିଜି ନାମଲେଖା ମଙ୍ଗଳବାରଠାରୁ ଆରମ୍ଭ ହେବ। ସକାଳ ୧୦ଟାରୁ ୫ତାରିଖ ସନ୍ଧ୍ୟା ୫ଟା ଭିତରେ ଚୟନ ହୋଇଥିବା ଛାତ୍ରୀଛାତ୍ରମାନେ ନାମ ଲେଖାଇପାରିବେ।
୧୦ତାରିଖ ଅପରାହ୍ନ ୨ଟାରେ ବଳକା ସିଟ୍‌ ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରୀଛାତ୍ର ୧୨ତାରିଖ ଦିନ ସନ୍ଧ୍ୟା ୫ଟା ଭିତରେ ନାମ ଲେଖାଇବେ। ୧୩ ତାରିଖ ରାତି ୯ଟା ଭିତରେ ଶିକ୍ଷାନୁଷ୍ଠାନଗୁଡ଼ିକ ଇ-ସ୍ପେସ୍‌ରେ ନାମଲେଖା ସମ୍ପର୍କିତ ସମସ୍ତ ତଥ୍ୟ ଅପ୍‌ଳୋଡ୍‌ କରିବେ। ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୨୧ ତାରିଖରୁ ପିଜି ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ସିଟ୍‌ ପୂରଣ ନ ହେବାରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି।

Share