ନୂଆଦିଲ୍ଲୀ,୧।୩: ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼। ପୁଣି ଥରେ ୪ ମେଟ୍ରୋ ସହରରେ ଅଣ-ସବ୍ସିଡିଯୁକ୍ତ ଏଲ୍ପିଜିର ଦର ସୋମବାର ୨୫ ଟଙ୍କା ବୃଦ୍ଧି ପାଇଛି। ଇଣ୍ଡିଆନ୍ ଅଏଲ୍ କର୍ପୋରେଶନ୍ ଅନୁଯାୟୀ ଦିଲ୍ଲୀରେ ରୋଷେଇ ଗ୍ୟାସ ସିଲିଣ୍ଡର(୧୪.୨ କିଗ୍ରା) ପିଛା ମୂଲ୍ୟ ୮୧୯ ଟଙ୍କା ହୋଇଛି। ସେହିଭଳି କୋଲକାତାରେ ମୂଲ୍ୟ ସର୍ବାଧିକ ୮୪୫ ଟଙ୍କା ରହିଛି। ବମ୍ବେରେ ଏହି ଦାମ୍ ୮୧୯ ଟଙ୍କା ଥିବା ବେଳେ ଚେନ୍ନାଇରେ ଏହା ୮୩୫ ଟଙ୍କା ହୋଇଛି। ଫେବୃୟାରୀ ପରେ ଦିଲ୍ଲୀରେ ଚତୁର୍ଥ ଥର ପାଇଁ ରୋଷେଇ ଗ୍ୟାସ ମୂଲ୍ୟ ବୃଦ୍ଧି ହୋଇଛି।