ପିଜି ନାମଲେଖା ଆବେଦନ ଅବଧି ବଢ଼ିଲା

ଭୁବନେଶ୍ୱର, ୨୯ା୮(ବ୍ୟୁରୋ): ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ କମନ ଏଣ୍ଟ୍ରାନ୍ସ ଟେଷ୍ଟ ଆବେଦନର ଅବଧିକୁ ବୃଦ୍ଧି କରାଯାଇଛି। ସେପ୍ଟେମ୍ବର ୧୦ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ। ପୂର୍ବରୁ ଆବେଦନର ଶେଷ ତାରିଖ ଅଗଷ୍ଟ ୩୧ ଥିଲା। ଛାତ୍ରୀଛାତ୍ରମାନେ www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ। ସେହିଭଳି ପୂର୍ବରୁ ଇ-ସ୍ପେସ୍‌ରେ ହଲ୍‌ ଟିକେଟ୍‌ ଉପଲବ୍ଧ ହେବାର ତାରିଖ ସେପ୍ଟେମ୍ବର ୨୦ ଥିବାବେଳେ ଏବେ ସେପ୍ଟେମ୍ବର ୩୦ ରଖାଯାଇଛି। ଆବେଦନକାରୀମାନେ ସେଠାରୁ ହଲ୍‌ ଟିକେଟ୍‌ ଡାଉନ୍‌ ଲୋଡ୍‌ କରିପାରିବେ। ପ୍ରବେଶିକା ପରୀକ୍ଷା ଅକ୍ଟୋବର ୧୦ରୁ ୧୯ ପର୍ଯ୍ୟନ୍ତ ହେବ। ନଭେମ୍ବର ୭ରେ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ପିଜି ପାଠ୍ୟକ୍ରମ ଶିକ୍ଷା ଦେଉଥିବା ବିଶ୍ୱବିଦ୍ୟାଳୟ ଓ କଲେଜ ନଭେମ୍ବର ୩୦ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରିବେ। ଡିସେମ୍ବର ୩ରୁ ପିଜି ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହେବ।

Share