ପିଜି ନାମଲେଖା: ୫ରେ ପ୍ରଥମ ମେଧା ତାଲିକା

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ)- ଉଚ୍ଚ ଶିକ୍ଷା ବିଭାଗ ୨୦୨୦-୨୧ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ସମୟ ସୂଚୀ ପ୍ରକାଶ କରିଛି। ଡିସେମ୍ବର ୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ରମାନେ ୯ ତାରିଖ ପୂର୍ବାହ୍ନ ୧୧ଟାରୁ ୧୧ ତାରିଖ ଅପରାହ୍ନ ୫ଟା ମଧ୍ୟରେ ନାମ ଲେଖାଇବେ। ୧୧ ତାରିଖରେ ଦ୍ୱିତୀୟ ମେଧା ତାଲିକା ଓ ୧୮ରୁ ୨୦ତାରିଖ ମଧ୍ୟରେ ନାମଲେଖା। ୨୬ ତାରିଖରେ ତୃତୀୟ ମେଧା ତାଲିକା ପ୍ରକାଶ ପାଇବ ଓ ୨୮ରୁ ୨୯ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ନାମଲେଖା ହେବ। ଅନ୍ୟପକ୍ଷରେ ପିଜି ନାମଲେଖା ପାଇଁ ଏକ ଏସ୍‌ଓପି ମଧ୍ୟ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ।

Share