ପିଜି ନାମଲେଖା: ଆଜି ପ୍ରଥମ ମେଧାତାଲିକା

ଭୁବନେଶ୍ୱର,୨୦।୮(ଅସମାପିକା ସାହୁ): ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ମଙ୍ଗଳବାର ଅପରାହ୍ନ ୪ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ବା ସିଟ୍‌ ଆବଣ୍ଟନ ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ରମାନେ ୨୧ତାରିଖ ପୂର୍ବାହ୍ନ ୧୦ଟାରୁ ୨୪ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ନାମ ଲେଖାଇବେ। ୩୧ତାରିଖ ଅପରାହ୍ନ ୪ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରୀଛାତ୍ରମାନେ ସେପ୍ଟେମ୍ବର ୨ତାରିଖ ପୂର୍ବାହ୍ନ ୧୦ଟାରୁ ୪ତାରିଖ ସନ୍ଧ୍ୟା ୫ଟା ଭିତରେ ନାମ ଲେଖାଇବାକୁ ପଡ଼ିବ। ସେପ୍ଟେମ୍ବର ୧୦ତାରିଖ ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ରମାନେ ୧୧ତାରିଖ ପୂର୍ବାହ୍ନ ୧୦ଟାରୁ ୧୩ତାରିଖ ସନ୍ଧ୍ୟା ୫ଟା ଭିତରେ ନାମ ଲେଖାଇବେ। ସେପ୍ଟେମ୍ବର ୨୪ ଅପରାହ୍ନ ୨ଟାରେ ବଳକା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ମେଧା ତାଲିକା ଶିକ୍ଷାନୁଷ୍ଠାନଗଡ଼ିକର ଇ-ସ୍ପେସ୍‌ରେ ପ୍ରକାଶ ପାଇବ। ଶିକ୍ଷାନୁଷ୍ଠାନଗୁଡ଼ିକ ମନୋନୀତ ହେଇଥିବା ଛାତ୍ରୀଛାତ୍ର ନାମ ନିଜ ଶିକ୍ଷାନୁଷ୍ଠାନର ନୋଟିସ ବୋର୍ଡ, ଓ୍ବେବ୍‌ସାଇଟ୍‌ରେ ପ୍ରକାଶ କରିବେ। ଏଥିସହିତ ସେହି ଛାତ୍ରୀଛାତ୍ରଙ୍କୁ ଫୋନ କଲ୍‌/ଏସ୍‌ଏମ୍‌ଏସ୍‌/ହ୍ବାଟ୍‌ସ ଆପ୍‌ ଜରିଆରେ ମଧ୍ୟ ଜଣାଇବେ। ମନୋନୀତ ଛାତ୍ରୀଛାତ୍ରମାନେ ସେପ୍ଟେମ୍ବର ୨୬ ପୂର୍ବାହ୍ନ ୧୦ଟାରୁ ୨୮ତାରିଖ ସନ୍ଧ୍ୟା ୫ଟା ଭିତରେ ନାମ ଲେଖାଇବେ। ତେବେ ସେପ୍ଟେମ୍ବର ୧୮ରେ ପିଜି ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲା କୁକୁର, ଗୋରୁଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସହରବାସୀ

ପାରଳାଖେମୁଣ୍ଡି,୨୫।୯(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିରେ ରାତି ସମୟରେ ବିଭିନ୍ନ ଛକରେ ବୁଲା କୁକୁର ଓ ଗୃହପାଳିତ ପ୍ରାଣୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ସନ୍ଧ୍ୟା...

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଏଫ୍‌ଏମ୍‌ୟୁର ୩ ପ୍ରଫେସର

ବାଲେଶ୍ୱର, ୨୫।୯(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ(ଏଫଏମ୍‌ୟୁ) ରସାୟନ ବିଜ୍ଞାନ ପ୍ରଫେସର ପଙ୍କଜ କୁମାର ପାଢ଼ୀ, ଗଣିତ ବିଭାଗର ଡ. ଗୌରାଙ୍ଗ ସି ସାମନ୍ତ ଏବଂ...

ନକଲି ପେଟ୍ରୋଲ, ଡିଜେଲ ୮୦ ଟଙ୍କାରେ କିଣି ବିକୁଛନ୍ତି…

ଜଳେଶ୍ୱର, ୨୫।୯(ନବୀନ ସାହୁ)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆରେ ଅଞ୍ଚଳରେ ମିଳୁଛି ନକଲି ପେଟ୍ରୋଲ ଓ ଡିଜେଲ। ଯାହା ପଶ୍ଚିମବଙ୍ଗରୁ ଆସି ସୀମାନ୍ତବର୍ତ୍ତୀ ଅଞ୍ଚଳ ଚୂଡ଼ାମଣିପୁର...

ପାଣିକୁ ଖସିପଡ଼ିଲା ଟ୍ରକ୍‌ ଡାଲା, ଯିଏ ପାରିଲେ ଯେତେ ବୋହିନେଲେ ଫଳ

ଭଣ୍ଡାରିପୋଖରୀ,୨୪ା୯(ରାଜେନ୍ଦ୍ର ଶତପଥୀ): ଭଣ୍ଡାରିପୋଖରୀ ଥାନା ୧୬ ନଂ. ଜାତୀୟ ରାଜପଥର ଡାହାଲା ନିକଟରେ ମଙ୍ଗଳବାର ଏକ ଫଳ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଠାରେ ଥିବା ମହାନ୍ତି...

ଜଳ ପ୍ରସବ ପ୍ରଣାଳୀରେ ସୁସ୍ଥ ଶିଶୁ ଜନ୍ମ

ଭୁବନେଶ୍ୱର,୨୫।୯(ଅଭୟ ଦାଶ):ଅଙ୍କୁରା ହସ୍ପିଟାଲର ଭୁବନେଶ୍ୱର ୟୁନିଟ୍‌ ନିକଟରେ ଏକ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଷ୍ଟୋନ୍‌ ହାସଲ କରିଛି। ଏପରିକି ଜଳ ପ୍ରସବ ପ୍ରଣାଳୀରେ ସୁସ୍ଥ...

ଆଜିଠୁ ଆନ୍ଦୋଳନ କରିବ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ

ଭୁବନେଶ୍ୱର, ୨୫ା୯(ବନ୍ଦନା ସେଠୀ):ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ବୁଧବାର ଓ ଗୁରୁବାର ଜରୁରିକାଳୀନ ରୋଗୀ ସେବାରେ ବାଧା ନ...

ଏଥର ଡିଜେ, ମଦ, ପ୍ଲାଷ୍ଟିକ୍‌ ମୁକ୍ତ ଦୁର୍ଗାପୂଜା

ଭୁବନେଶ୍ୱର,୨୫ା୯(ସତ୍ୟଜିତ୍‌ ରାଉତ):ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷ ଶୃଙ୍ଖଳିତ ତଥା ସୁରକ୍ଷିତ ଦୁର୍ଗାପୂଜା ପାଇଁ କମିଶନରେଟ୍‌ ପୋଲିସ ଅଣ୍ଟା ଭିଡିଛି। ଏନେଇ କମିଶନରେଟ୍‌ ପୋଲିସ ମୁଖ୍ୟାଳୟଠାରେ ମଙ୍ଗଳବାର ଅନୁଷ୍ଠିତ...

ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଇଂ. ରଘୁନାଥ ଜଗଦଲା। ୨୦୨୪ ନିର୍ବାଚନରେ ସେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri