ଘୋଷଣା ହେଲା ପିଜି ପ୍ରବେଶିକା ପରୀକ୍ଷା ତାରିଖ, ଜାଣନ୍ତୁ…

ଭୁବନେଶ୍ୱର,୧୭।୫: ରାଜ୍ୟରେ ପୋଷ୍ଟ ଗ୍ରାଜୁଏଟ(ପିଜି) ପଢିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ ଖବର । ଆସିଲା ପିିଜି ପ୍ରବେଶିକା ପରୀକ୍ଷାର ତାରିଖ । ଉଚ୍ଚଶିକ୍ଷା ବିଭାଗ ତରଫରୁ ପିଜି ଆଡମିଶନ କରିବା ପାଇଁ ପ୍ରବେଶିକା ପରୀକ୍ଷାର ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ ୧୮ ତାରିଖ ଅର୍ଥାତ୍‌ ଶନିବାର ଠାରୁ ପିଜି ଆଡମିଶନ ପାଇଁ ଅନଲାଇନରେ ଫର୍ମ ପୂରଣ କରିପାରିବେ ଛାତ୍ରୀଛାତ୍ର । ମେ ୨୭ ତାରିଖ ପର୍ଯ୍ୟନ୍ତ ଅନଲାଇନ ଫର୍ମ ପୂରଣର ଶେଷ ତାରିଖ ରଖାଯାଇଛି । ଏହାପରେ ଜୁନ ୨୨ ତାରିଖ ଦିନ ୧୧ଟା ପରଠାରୁ ୱେବସାଇଟରେ ହଲ ଟିକେଟ ଉପଲବ୍ଧ ହେବ । ଜୁଲାଇ ୩ ତାରିଖରୁ ଜୁଲାଇ ୧୪ ତାରିଖ ଭିତରେ ବିଭିନ୍ନ ବିଷୟର ପିଜି ପ୍ରବେଶିକା ପରୀକ୍ଷା ହେବ । ଏହାପରେ ବିଭିନ୍ନ ବିଷୟର ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି ।

Share