ଏକକ ପିଜି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ: କରୋନା ଆକ୍ରାନ୍ତ ଦେଇପାରିବେ ପରୀକ୍ଷା

ଭୁବନେଶ୍ୱର,୯ା୧୦(ବ୍ୟୁରୋ): ଏକକ ପିଜି ପ୍ରବେଶିକା ପରୀକ୍ଷା ନେଇ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଆସନ୍ତା ୧୨ ତାରିଖରୁ ଚଳିତବର୍ଷ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ପିଜି ଶ୍ରେଣୀରେ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ରାଜ୍ୟର ୨୬ଟି ସେଣ୍ଟରରେ କରାଯିବ। କରୋନା ଆକ୍ରାନ୍ତ ପରୀକ୍ଷାର୍ଥୀମାନେ ମଧ୍ୟ ଏହି ପରୀକ୍ଷା ଦେଇପାରିବେ।
ଚଳିତବର୍ଷ ୮୩ଟି ବିଷୟରେ ନାମଲେଖା ହେବ। ୭୦ ପ୍ରତିଶତ ମାର୍କ ପ୍ରବେଶିକା ଓ ୩୦ ପ୍ରତିଶତ ମାର୍କ କ୍ୟାରିୟରକୁ ନେଇ ଚୟନ କରାଯିବ। ନଭେମ୍ବର ୭ରେ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଚଳିତବର୍ଷ ୧୪,୭୦୦ ସିଟ୍‌ ପାଇଁ ୬୨,୨୦୦ ଛାତ୍ରୀଛାତ୍ର ଆବେଦନ କରିଛନ୍ତି।

Share