ଭୁବନେଶ୍ୱର,୨୮।୧୧: ପ୍ଲାଟିନମ୍ ଗିଲ୍ଡ ଇଣ୍ଡିଆ (ପିଜିଆଇ) ପକ୍ଷରୁ ପୁରୁଷମାନଙ୍କ ପାଇଁ ଏହାର ନୂଆ କଲେକ୍ସନ‘ ମେନ ଅଫ୍ ପ୍ଲାଟିନମ୍’ ରେଞ୍ଜ ବଜାରକୁ ଆସିଛି। ଏହି ନୂତନ କଲେକ୍ସନରେ ଥିବା ପ୍ରତ୍ୟେକ ସୂକ୍ଷ୍ମ ପିସ୍ଗୁଡିକୁ ଅତି ଯତ୍ନର ସହ ଡିଜାଇନ କରାଯାଇଛି। ଷ୍ଟାଇଲର ଏକ ଭାବନାକୁ ପାଳନ କରିବା ପାଇଁ କମ୍ପାନୀ ଏଭଳି ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିଥିବା କହିଛି। ଏହା ବିରଳ ଓ କ୍ଲାସି ଭଳି ଅନୁଭବ ପ୍ରଦାନ କରିବାରେ ସହାୟକ ହେବ। ପ୍ରତ୍ୟେକ ଷ୍ଟେଟମେଣ୍ଟ ପିସ୍ ଗୋଟିଏ ଗୋଟିଏ ସ୍ବତନ୍ତ୍ର ଭାବାନାକୁ ପ୍ରତିଫଳିତ କରୁଛି। ଏହି ନୂଆ ମେନ୍ ଅଫ ପ୍ଲାଟିନମ କଲେକ୍ସନରେ ପୁରୁଷମାନଙ୍କ ପାଇଁ ଏକ ବିସ୍ତୁତ ବର୍ଗର କଲେକ୍ସନ ଯେପରିକି ପ୍ଲାଟିନମ ଚେନ୍, ପେନଡାଣ୍ଟ ଓ ରିଷ୍ଟ ଓ୍ବେୟାର ଆଦି ସାମିଲ ରହିଛି। ଏକ ନୂତନ ରୂପରେଖ ଦ୍ୱାରା ଅନୁପ୍ରାଣିତ ଓ ଏକ ମ୍ୟାଟେ ସିନ ଦ୍ୱାରା ଫିନିସ ହୋଇଥିବା ଏହି ରେଞ୍ଜ ହେଉଛି ବୋଲ୍ଡ ଓ ଡାଇନାମିକ। ଏହି ଧାତୁ ସୁନା ତୁଳନାରେ ୩୦ ଗୁଣ ଅଧିକ ବିରଳ ଏବଂ ଯୁବ ଭାରତୀୟମାନଙ୍କ ପାଇଁ ଦ୍ରୁତ ବେଗରେ ଏକ ପସନ୍ଦର ମେଟାଲରେ ପରିଣତ ହେଉଛି। ମେନ ଅଫ ପ୍ଲାଟିନମ ରେଞ୍ଜରେ ପୁରୁଷମାନଙ୍କ ପାଇଁ ଥିବା ସମସ୍ତ ଡିଜାଇନର ଗହଣାଗୁଡିକ ବର୍ତ୍ତମାନ ଦେଶବ୍ୟାପୀ ଅଗ୍ରଣୀ ଜୁଏଲେରୀ ରିଟେଲ ଷ୍ଟୋର ଗୁଡିକରେ ଉପଲବ୍ଧ ହେଉଥିବା କମ୍ପାନୀ ପକ୍ଷରୁ ସୂଚନା ମିଳିଛି।