Categories: ଜାତୀୟ

ଭିଏତନାମ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ରାଜନାଥ ସିଂ

ନୂଆଦିଲ୍ଲୀ,୧୯।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତ ଏବଂ ଭିଏତନାମ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ସୋମବାର ଭିଏତନାମର ରାଷ୍ଟୀୟ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଫାନ ୱାନ ଜିଆଙ୍ଗଙ୍କୁ ରାଜଧାନୀ ଦିଲ୍ଲୀରେ ଭେଟିଛନ୍ତି। ଭିଏତନାମର ପ୍ରତିରକ୍ଷା ମନ୍ତ୍ରୀ ଫାନ ଓ୍ବାନ ଜିଆଙ୍ଗ ୧୮ରୁ ୧୯ ଜୁନ ପର୍ଯ୍ୟନ୍ତ ଭାରତ ଗସ୍ତରେ ଅଛନ୍ତି। ଗସ୍ତର ପ୍ରଥମ ଦିନରେ ଜିଆଙ୍ଗ ଜାତୀୟ ଯୁଦ୍ଧ ମେମୋରିଆଲରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପ୍ରକାଶିତ ଏକ ବିଜ୍ଞପ୍ତିରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ବୋଲି ବର୍ଣ୍ଣନା କରାଯାଇଛି।

ପ୍ରକାଶ ଯେ, ପ୍ରତିରକ୍ଷା, ସାମରିକ, ଉଚ୍ଚ ସ୍ତରୀୟ ପରିଦର୍ଶନ, ତାଲିମ କାର୍ଯ୍ୟକ୍ରମ, ଜାତିସଂଘର ଶାନ୍ତି ରକ୍ଷା ଏବଂ ଦ୍ୱିପାକ୍ଷିକ ସେବା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ବ୍ୟାପକ ପାରସ୍ପରିକ ସମ୍ପର୍କ ରହିଛି।
ଏହାପୂର୍ବରୁ ଜୁନ ୨୦୨୨ରେ ରାଜନାଥ ସିଂ ଭିଏତନାମ ଗସ୍ତ କରିଥିଲେ। ସେଠାରେ ପ୍ରତିରକ୍ଷା ଭାଗିଦାରୀ ଉପରେ ମିଳିତ ଭିଜନ ଷ୍ଟେଟମେଣ୍ଟ ଏବଂ ମ୍ୟୁଚୁଆଲ ଲଜିଷ୍ଟିକ୍ସ ସପୋର୍ଟ ଉପରେ ବଝାମଣାପତ୍ର ସ୍ବାକ୍ଷର ହୋଇଥିଲା।

Share