ଛତିଷାପାଟରେ ଲୁଚି ରହିଛନ୍ତି ହାତୀପଲ: ଲୋକେ ଆତଙ୍କିତ

ଚୌଦ୍ୱାର,୨୪।୧୦(ଡି.ଏନ୍‌.ଏ): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ବାଣୀପଦା ଗ୍ରାମ ପଡ଼ିଆରେ ୨୨ ଘରିଆ ହାତୀପଲ ଦେଖିବାକୁ ମିଳିଛି। ଏ ନେଇ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ସାରକୋଳି ଜଙ୍ଗଲରୁ ହାତୀପଲ ଆସିଥିବା ଓ ଗ୍ରାମବାସୀ ହାତୀଗୁଡିଙ୍କୁ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ଚୌଦ୍ୱାର ବନ କର୍ମଚାରୀ ଓ ବାଣୀପଦା ଗ୍ରାମବାସୀ ରାତି ତମାମ ହାତୀଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିକଟରେ ପାଖରେ ଥିବା ଛତିଶାପାଟରେ ହାତୀମାନେ ଲୁଚି ରହିଛନ୍ତି । ହାତୀପଲଙ୍କ ଭୟରେ ଲୋକମାନଙ୍କ ଯାତାୟତ ଏକ ପ୍ରକାର ବନ୍ଦ ହୋଇଯାଇଛି । ଗତ କିଛି ଦିନ ହେବ ଏହି ହାତୀପଲ ଘଣ୍ଟାଘଣ୍ଟା ଧରି ରାସ୍ତାରେ ଛିଡା ହୋଇ ରହିବା ସହିତ ଚାଷ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିଲେ।

Share