୨୦୪୭ ସୁଦ୍ଧା ୩୫୦ ବିଲିୟନ ଡଲାର ଫାର୍ମାସ୍ୟୁଟିକାଲ ରପ୍ତାନି ଆକଳନ

ଭୁବନେଶ୍ୱର,୧୦ା୨(ଅନୁରାଧା ମହାରଣା): ୨୦୨୩ରେ ଭାରତର ଫାର୍ମାସ୍ୟୁଟିକାଲ ରପ୍ତାନି ପରିମାଣ ପ୍ରାୟ ୨୭ ବିଲିୟନ ଡଲାର ଥିବାବେଳେ ୨୦୩୦ ସୁଦ୍ଧା ଏହା ୬୫ ବିଲିୟନ ଡଲାରରେ ବୃଦ୍ଧି ପାଇବ। ୨୦୪୭ ସୁଦ୍ଧା ୩୫୦ ବିଲିୟନ ଡଲାରରେ ପହଞ୍ଚିପାରେ ବୋଲି ଆକଳନ କରାଯାଇଛି। ସର୍ବଭାରତୀୟ ସ୍ତରରେ ଜେନେରିକ ମେଡିସିନ୍‌ ଯୋଗାଣକାରୀ ଭାବେ ଭାରତ ପରିଚିତ। ବିଶ୍ୱସ୍ତରରେ ବିକ୍ରି ହେଉଥିବା ପ୍ରତି ପାଞ୍ଚଟି ଜେନେରିକ ମେଡିସିନ୍‌ ମଧ୍ୟରୁ ଗୋଟିଏ ଭାରତରେ ଉତ୍ପାଦିତ ହୁଏ। ରପ୍ତାନି ମୂଲ୍ୟ ଦୃଷ୍ଟିରୁ ଭାରତ ବର୍ତ୍ତମାନ ଏକାଦଶ ସ୍ଥାନରେ ରହିଛି। ଇଣ୍ଡିଆନ ଫାର୍ମାସ୍ୟୁଟିକାଲ ଆଲାଏନ୍ସ (ଆଇପିଏ), ଇଣ୍ଡିଆନ ଡ୍ରଗ ଉତ୍ପାଦକ ସଂଘ (ଆଇଡିଏମ୍‌ଏ) ଏବଂ ଫାର୍ମାକ୍ସିଲ ସହଯୋଗରେ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ, ରପ୍ତାନି ମୂଲ୍ୟରେ ୨୦୪୭ ସୁଦ୍ଧା ଭାରତ କିପରି ରପ୍ତାନି କ୍ଷେତ୍ରରେ ନୂତନତା ସୃଷ୍ଟି କରିପାରିବ ଏବଂ ବିଶେଷତଃ ଜେନେରିକ, ବାୟୋସିମିଲାର ଏବଂ ଅଭିନବ ଉତ୍ପାଦକୁ ଅନ୍ତର୍ଭୁକ୍ତ କରିବ। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ଭାରତ ଦୀର୍ଘ ଦିନ ଧରି ବିଶ୍ୱର ଫାର୍ମାସି ଭାବେ ଉଭା ହୋଇଛି। ବର୍ତ୍ତମାନ ଆମେ ଭାରତ ପାଇଁ ଭାରତର ଏହି ପରିଚୟକୁ ‘ବିଶ୍ୱର ସ୍ବାସ୍ଥ୍ୟ ସୁରକ୍ଷା ସଂରକ୍ଷକ’ ଭାବେ ପ୍ରସ୍ତୁତ କରିବାକୁ ଚାହୁଁଛୁ। ଉଦ୍ଭାବନ ଓ ଅନୁସନ୍ଧାନକୁ ପ୍ରୋତ୍ସାହିତ କରି ନିରନ୍ତର ଲକ୍ଷ୍ୟ ହାସଲ କରିବାକୁ ସରକାର ଏହି ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ଏକାଡେମୀ , ଶିଳ୍ପ ଏବଂ ସରକାରଙ୍କ ମଧ୍ୟରେ ସହଯୋଗକୁ ମଜଭୁତ କରି ଆମେ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କ୍ଷେତ୍ର ଗଠନ କରିବା ଜାରି ରଖିବୁ, ଯାହା ସମଗ୍ର ବିଶ୍ୱରେ ସ୍ବାସ୍ଥ୍ୟସେବାରେ ଯୋଗଦାନ କରିବ। ୨୦୪୭ ସୁଦ୍ଧା ଭାରତର ଏପିଆଇ ରପ୍ତାନି ବଜାର ବର୍ତ୍ତମାନ ୫ ବିଲିୟନ ଡଲାରରୁ ୮୦-୯୦ ବିଲିୟନ ଡଲାରକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ବିଶ୍ୱର ବାୟୋସିମିଲାର୍‌ ବଜାରରେ ଭାରତୀୟ କମ୍ପାନୀଗୁଡିକର ୫%ରୁ କମ୍‌ ଅଂଶ ଅଛି । ଅନୁସନ୍ଧାନରେ ନିବେଶ ବୃଦ୍ଧି, ୪୦ରୁ ଅଧିକ ଉତ୍ପାଦର ବିସ୍ତାରିତ ପାଇପଲାଇନ ଏବଂ ପରବର୍ତ୍ତୀ ୩-୪ ବର୍ଷ ମଧ୍ୟରେ ଯୋଜନାବଦ୍ଧ କ୍ଷମତା ଯୋଗ ହେତୁ ଏହା ଅଗ୍ରଗତି ଦେଖାଉଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତୀୟ ବାୟୋସିମିଲାର ରପ୍ତାନି ବର୍ତ୍ତମାନ ୦.୮ ବିଲିୟନ ଡଲାରରେ ରହିଛି। ୨୦୩୦ ସୁଦ୍ଧା ଏହା ୫ ଗୁଣ ବୃଦ୍ଧି ହୋଇ ୪.୨ ବିଲିୟନ ଡଲାରରେ ପହଞ୍ଚିବ ଏବଂ ୨୦୪୭ ସୁଦ୍ଧା ରପ୍ତାନି ୩୦-୩୫ ବିଲିୟନ ଡଲାରରେ ପହଞ୍ଚିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟକୁ ସେବା ଭାବୁଥିବାରୁ ସବୁ ସୁରୁଖୁରୁରେ ଚାଲେ

ଜଳବାୟୁ ପରିବର୍ତ୍ତନ ସହ ଅସନ୍ତୁଳିତ ଜୀବନଶୈଳୀ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ଏହି ସମସ୍ୟା ଦିନକୁ ଦିନ ବଢ଼ିଚାଲିଥିବାବେଳେ ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା...

7th Pay Commission: କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସିଖବର, ଏହି ଦିନ ବଢିବ DA

ନୂଆଦିଲ୍ଲୀ,୧୭।୩: କେନ୍ଦ୍ର ସରକାର ଖୁବଶୀଘ୍ର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି। ଆସନ୍ତା ସପ୍ତାହ ସୁଦ୍ଧା, ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା...

୧୧ ଟି ଜିଲାରେ ୬,୧୧୭ କୋଟି ନିବେଶକୁ ଅନୁମୋଦନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୭।୩: ଉତ୍କର୍ଷ ଓଡିଶା – ମେକ୍ ଇନ୍ ଓଡିଶା କନକ୍ଲେଭର ସଫଳତା ପରେ, ୧୩୫ ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକ...

ଫେବୃଆରୀରେ ପାଇକାରୀ ମୁଦ୍ରାସ୍ଫୀତି ୨.୩୮% ରେ ସ୍ଥିର

ନୂଆଦିଲ୍ଲୀ,୧୭।୩: ସୋମବାର ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଫେବୃଆରୀରେ ଭାରତର ପାଇକାରୀ ମୁଦ୍ରାସ୍ଫୀତି ହାରରେ ସାମାନ୍ୟ ବୃଦ୍ଧି ଘଟିଛି, ଯାହା ୨.୩୮% ରେ...

‘କଞ୍ଚାଲଙ୍କା’ ଆଞ୍ଚଳିକ ଭାଷା, ସଂସ୍କୃତିକୁ ଗୁରୁତ୍ୱ ଦେଉଛି

କେନ୍ଦ୍ରାପଡ଼ା ଜିଲାରେ ବିଭୁପ୍ରସାଦ ରଥଙ୍କ ଜନ୍ମ। ପୁରୀ ପରେ ଅହମଦାବାଦରେ ପାଠପଢ଼ା। କର୍ପୋରେଟ କ୍ୟାରିଅର ସମୟରେ ଉତ୍ପାଦନଠାରୁ ଆରମ୍ଭ କରି ସେବା ଏବଂ ମନୋରଞ୍ଜନ ପର୍ଯ୍ୟନ୍ତ...

ଏଣିକି ଭଏସ କମାଣ୍ଡରେ ସ୍କ୍ରୋଲ କରିପାରିବେ Instagram ରିଲ୍ସ, ଜାଣନ୍ତୁ ନୂଆ ଫିଚର ବିଷୟରେ…

ଏଣିକି ଭଏସ କମାଣ୍ଡ ଦେଲେ Instagram ରିଲ ସ୍ବୟଂଚାଳିତ ଭାବରେ ସ୍କ୍ରୋଲ ହେବ। ଆପଣଙ୍କୁ ଡିସପ୍ଲେକୁ ଛୁଇଁବାକୁ ମଧ୍ୟ ପଡିବ ନାହିଁ। କେବଳ ଗୋଟିଏ ଭଏସରେ...

କମିଲା ରେଲଓ୍ବେର ଏହି ଷ୍ଟକ, ମାର୍ଚ୍ଚ ୨୦ ଭିତରେ ଶୀଘ୍ର କିଣି ନିଅନ୍ତୁ!

ଚଳିତ ସପ୍ତାହରେ ଇଣ୍ଡିଆନ ରେଲୱେ ଫାଇନାନ୍ସ କର୍ପୋରେସନ (IRFC)ର ଶେୟାର ଖବରରେ ଅଛି। କମ୍ପାନୀ ୧୭ ମାର୍ଚ୍ଚ, ୨୦୨୫ ରେ ବୋର୍ଡ ବୈଠକର ତାରିଖ ସ୍ଥିର...

କାହିଁକି ହୁ ହୁ ହୋଇ ବଢୁଛି ଜମିର ମୂଲ୍ୟ, ସାମ୍ନାକୁ ଆସିଲା ବଡ଼ ସତ

ଗତ କିଛି ବର୍ଷ ମଧ୍ୟରେ ରିଅଲ ଇଷ୍ଟେଟ ସେକ୍ଟରରେ ଏକ ବଡ଼ ଉନ୍ନତିର ସାକ୍ଷୀ ହୋଇଛି। କେବଳ ଫ୍ଲାଟ ନୁହେଁ, ଜମିର ମୂଲ୍ୟ ମଧ୍ୟ ଦ୍ରୁତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image