ଫାର୍ମାସିଷ୍ଟ କରୁଛନ୍ତି ରୋଗୀ ସେବା

ନିଶ୍ଚିନ୍ତକୋଇଲି,୧୫।୧(ଅଶୋକ କୁମାର ମହାପାତ୍ର): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ବହୁ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି। ଏହାସତ୍ତ୍ୱେ ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ପଞ୍ଚାୟତ ଅନ୍ତର୍ଗତ ହାଣ୍ଡିଭଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନ ହେବ କୌଣସି ଡାକ୍ତର ନାହାନ୍ତି । ଫଳରେ  ଫାର୍ମାସିଷ୍ଟ ରୋଗୀ ସେବା କରୁଥିବା ଅଭିଯୋଗ ହୋଇଛି।
କେରିଲୋ ଗ୍ରାମପଞ୍ଚାୟତ ହାଣ୍ଡିଭଙ୍ଗାଠାରେ ଦ୍ୱୀପାଞ୍ଚଳ ଲୋକଙ୍କୁ  ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ  ମାହାଙ୍ଗା ବିଧାୟକ ପ୍ରତାପ ଜେନା ଗତ ୨୦୧୧ରେ ହାଣ୍ଡିଭଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଶିଳାନ୍ୟାସ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଦ୍ୱୀପାଞ୍ଚଳର ତରତ, ଜମରା, ଓରତି ସମେତ କେନ୍ଦ୍ରାପଡା ଜିଲାର  ୩-୪ଟି ପଞ୍ଚାୟତର ଲୋକେ  ନିର୍ଭରଶୀଳ।  ମାତ୍ର ଦୀର୍ଘଦିନ ହେଲା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ କୌଣସି ଡାକ୍ତର ନ ଥିବାର ଅଭିଯୋଗ ହୋଇଛି। ଫଳରେ ଡାକ୍ତରଖାନାର ଏକମାତ୍ର ଫାର୍ମାସିଷ୍ଟ ଅନ୍ତର୍ଯ୍ୟାମୀ ଲେଙ୍କା ରୋଗୀ ସେବା କରିବାକୁ ବାଧ୍ୟ ହେଉଛନ୍ତି।  ପ୍ରତିଦିନ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଶତାଧିକ ରୋଗୀ ଚିକିତ୍ସା ନିମନ୍ତେ ଆସିଥାନ୍ତି । ତେବେ ଦୀର୍ଘ ଦିନ ହେଲା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ କୌଣସି ଡାକ୍ତର ନ ଥିବା ଯୋଗୁ ଜରୁରିକାଳୀନ ପରିସ୍ଥିତିରେ ରୋଗୀମାନଙ୍କୁ  ସ୍ବାସ୍ଥ୍ୟସେବା ମିଳିପାରୁନାହଁି ସେମାନେ ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଛନ୍ତି ବୋଲି  ସ୍ଥାନୀୟ ଲୋକେ କହିଛନ୍ତି। ସେହିପରି ଡାକ୍ତରଖାନାରେ କୌଣସି ବେଡ ନ ଥିଲା ବେଳେ କ୍ୱାର୍ଟର ମଧ୍ୟ ନାହିଁ। ଡାକ୍ତର ନ ଥିବା କାରଣରୁ ତ୍ୱରିତ ଚିକିତ୍ସା ନ ପାଇ ବହୁ ରୋଗୀଙ୍କ ଅକାଳରେ ମୃତ୍ୟୁ ଘଟିଥିବା ପୂର୍ବରୁ ନଜିର ରହିଛି। ସ୍ଥାନୀୟ ଲୋକେ ଏହି ଡାକ୍ତରଖାନାକୁ ଜଣେ ଡାକ୍ତର ଯୋଗାଇ ଦେବାକୁ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି। ପ୍ରଶାସନ ତରଫରୁ ତୁରନ୍ତ ଏହାର ପ୍ରତିକାର କରାଯିବା ସହ ଏହି ଡାକ୍ତରଖାନାକୁ ଡାକ୍ତର ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ଅମିତ ଜେନା କୁହନ୍ତି, ଖୁବଶୀଘ୍ର ଏଠାରେ ଡାକ୍ତର ନିଯୁକ୍ତି କରି ଖାଲିଥିବା ପଦବୀଗୁଡ଼ିକୁ ପୂରଣ କରିବାକୁ  ସରକାର ପ୍ରୟାସ କରୁଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପି ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ, ଜେଲ ଗଲେ ୨

ଦିଗପହଣ୍ଡି,୧୬ା୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଗଡ଼ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବ୍ରହ୍ମପୁର ଏମ୍‌ପି ପ୍ରତିନିଧି କେ.ହରିବନ୍ଧୁ ରେଡ୍ଡୀଙ୍କୁ ତାଙ୍କ ପ୍ରତିପକ୍ଷ ଗୋଷ୍ଠୀ ପକ୍ଷରୁ...

ଶିଶୁ ଯୌନ ନିର୍ଯାତନା ମାମଲା: ୩ ଅଭିଯୁକ୍ତଙ୍କୁ ୨୦ବର୍ଷ, ଜଣଙ୍କୁ ୩ ବର୍ଷ ଜେଲ

ଛତ୍ରପୁର,୧୬ା୩ (ସନ୍ତୋଷ ପାଢ଼ୀ ): ଗଞ୍ଜାମ ପୋଲିସ ଜ଼ିଲାରେ ଘଟିଥିବା ୪ଟି ଶିଶୁ ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେଇଛନ୍ତି। ସେମାନଙ୍କୁ ଦଣ୍ଡାଦେଶ...

ପୁଞ୍ଜିପତିଙ୍କୁ ସୁହାଉଛି କୃଷି ନୀତି, ଋଣଗ୍ରସ୍ତ ହୋଇ ଚାଷୀ ଆପଣାଉଛନ୍ତି…

ବରଗଡ଼,୧୬।୩(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସାୟଂ ଖେଳ ପଡ଼ିଆରେ ସୋମବାର ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ...

ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଯୁବକ, ଅସ୍ବୀକାର କରିବାରୁ ଭାଇରାଲ କରିଦେଲେ ଫଟୋ

ରାଉରକେଲା,୧୬।୩(ସଙ୍ଗୀତା ଜେନା): ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯୁବତୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି।...

ମଇଁଷି ଚୋରି ଅଭିଯୁକ୍ତ କୋର୍ଟ ଚାଲାଣ

ଲାଞ୍ଜିଗଡ଼, ୧୬ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ର ଗ୍ରାମରୁ ବୁଧବାର ରାତିରେ ଦୁଇଗୋଟି ମଇଁଷି ଚୋରି ଅଭିଯୋଗରେ...

ଚକୋଲେଟ୍‌ ଦେଇ ଶିଶୁକୁ କରିନେଲେ ଅପହରଣ

ବଡ଼ମ୍ବା,୧୬ା୩(ମାୟାଧର ମଲ୍ଲିକ): ଚକୋଲେଟ ଦେଇ ଶିଶୁ ଅପହରଣ କରାଯାଇଥିବା ଘଟଣାକୁ ନେଇ ବଡ଼ମ୍ବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅବଶ୍ୟ ଅପହରଣ ଶିଶୁଟି ରବିବାର ବଡ଼ମ୍ବା...

୬୪ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୬ା୩(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନା ଭଦ୍ରାଦ୍ରି କତାଗୁଡେମ ଜିଲା ପୋଲିସ ନିକଟରେ ଛତିଶଗଡ ବିଜାପୁର ଓ ସୁକ୍‌ମାର ୬୪ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସୁକ୍‌ମା ଓ...

ଭକ୍ତିମୟ ପରିବେଶରେ ହରିହରାନନ୍ଦ ଅରଣ୍ୟା, ସତ୍‌ସଙ୍ଗରେ ସାମିଲ ହେଲେ ହଜାର ହଜାର ସାଧୁସନ୍ଥ

ପାଟଣା,୧୬ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ତୁଳସୀପୁର ଗ୍ରାମରେ ରବିବାର ପ୍ରଜ୍ଞାନ ମିଶନ ତରଫରୁ ୭ ଏକରରୁ ଊଦ୍ଧର୍‌ବ ପରିମିତ ଜମିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image