ହଷ୍ଟେଲରୁ ମିଳିଲା ଫାର୍ମାସୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ଼ ନୋଟରେ…

ବ୍ରହ୍ମପୁର,୨୭।୯(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ପୋଲିସ ଶୁକ୍ରବାର ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତକ ଜଣଙ୍କ ପୁରୀ ଜିଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଶିଆଳ ଗ୍ରାମର ବିଦ୍ୟାଧର ଦାଶଙ୍କ ଝିଅ ଋତୁପର୍ଣ୍ଣା ଦାଶ (୧୯) । ପୋଲିସ ଏକ ଘରୋଇ କଲେଜ ଛାତ୍ରୀବାସରୁ ତାଙ୍କର ଝୁଲନ୍ତା ମୃତଦେହ ଜବତ କରିଛି।
ସେହିପରି ଉକ୍ତ କୋଠରୀରୁ ଏକ ସୁଇସାଇଡ଼ ନୋଟ ଓ ଛାତ୍ରୀଙ୍କ ମୋବାଇଲ ଜବତ କରିଥିବା କହିଛି। ଅନ୍ୟପଟେ ଘଟଣାର ଖବରପାଇ ତାଙ୍କ ପରିବାର ବର୍ଗ ଏମକେସିଜି ମେଡିକାଲରେ ପହଞ୍ଚିଛନ୍ତି। ତାଙ୍କରି ଉପସ୍ଥିତିରେ ପୋଲିସ ଛାତ୍ରୀଙ୍କ ମୃତଦେହ ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇଛି ବୋଲି ସଦର ଏସଡିପିଓ ଶୁଭ୍ରାଂଶୁ ପରିଢା ସୂଚନା ଦେଇଛନ୍ତି। ପ୍ରାଥମିକ ତଦନ୍ତରୁ ଛାତ୍ରୀ ଜଣଙ୍କ କୌଣସି ମାନସିକ ଚାପରୁ ଏଭଳି ଭାବେ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ  ତଦନ୍ତରୁ ସନ୍ଧେହ କରୁଛି। ସେପଟେ ଜବତ ସୁଇସାଇଡ଼ ନୋଟରେ ଲେଖାଯାଇଥିବା ତଥ୍ୟକୁ ପୋଲିସ ବର୍ତ୍ତମାନ ସାର୍ବଜନୀନ କରୁନାହିଁ। ଛାତ୍ରୀଙ୍କ ମୋବାଇଲକୁ ଗତ ରାତ୍ର ଆସିଥିବା କଲ ଗୁଡିକ ଟ୍ରାକିଂ କରିବା ସହ   ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଛାତ୍ରୀଙ୍କ ଆତ୍ମହତ୍ୟାର ସଠିକ କାରଣ ଜଣାପଡୁନଥିବା ପୋଲିସ କହିଛି।
ଅନ୍ୟପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ଛାତ୍ରୀଙ୍କ କୋଠରୀ କବାଟ ଖୋଲାଥିବା ଦେଖିବାକୁ ପାଇଥିଲା। ଘଟଣାରୁ ପ୍ରକାଶ ଯେ ଉକ୍ତ ଛାତ୍ରୀ ଜଣଙ୍କ ଗୋପାଳପୁର ଜଙ୍କସନରେ ଥିବା ଏକ ଘରୋଇ କଲେଜରେ ବି.ଫାର୍ମା ପଢୁଥିଲେ। ସେ ଦିତ୍ୱୀୟ ବର୍ଷ ଛାତ୍ରୀ ଥିବା ବେଳେ କଲେଜ ୩ ନଂ ଛାତ୍ରୀବାସ ର ୪ନଂ କୋଠରୀରେ ରହୁଥିଲେ। ଗୁରୁବାର ରାତ୍ରଭୋଜନ କରି ନିଜ କୋଠରୀକୁ ଯାଇଥିଲେ। ତେବେ ଶୁକ୍ରବାର ସକାଳେ ସେ ରୁମ ବାହାରକୁ ଆସି ନ ଥିଲେ। ଏ ନେଇ ତାଙ୍କର ସହପାଠୀ ଛାତ୍ରାବାସ ୱାର୍ଡେନଙ୍କେୁ  ଏନେଇ ଜଣାଇଥିଲେ।  ସେଠାରେ ସେ ପହଞ୍ଚି କବାଟ ଖୋଲିବାକୁ ଛାତ୍ରୀଙ୍କୁ କହିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ  କବାଟ ନ ଖୋଲିବାରୁ କବାଟ ଭାଙ୍ଗି ସେ କୋଠରୀ ଭିତରକୁ ଯାଇଥିଲେ। ଛାତ୍ରୀ ଜଣଙ୍କ ନିଜ ବେକରେ ଓଢ଼ଣୀ  ଲଗାଇ ଆତ୍ମହତ୍ୟା କରିଥିବା ସେ ଦେଖିବାକୁ ପାଇଥିଲେ। ପରେ ସେ ଏନେଇ ଥାନାକୁ ଖବର କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

କାନ୍ଥତଳେ ଚାପିହୋଇ ଚାଲିଗଲା ୨ ବର୍ଷର ଶିଶୁ କନ୍ୟାଙ୍କ ଜୀବନ

ପାଟଣା,୨୭।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତର ବାରତଣିଆ ଗ୍ରାମର ଅଘଟଣ ଘଟିଛି। କାନ୍ଥ ତଳେ ଚାପି ହୋଇ ୨...

ଶିକ୍ଷୟିତ୍ରୀଙ୍କ ଡେପୁଟେଶନକୁ ନେଇ ତାତିଗଲେ ଗ୍ରାମବାସୀ: ଆଉ ତା’ପରେ …

ତୁଣ୍ଡଲା,୨୭ା୯(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବେଲଖଣ୍ଡି ପଞ୍ଚାୟତ ତାଲଭଅଁରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେଶନରେ ଅନ୍ୟ ବିଦ୍ୟାଳୟକୁ...

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତୁମୁଳକାଣ୍ଡ:ଡିଏସ୍‌ପି ଏସ୍‌ଆଇଙ୍କୁ ପଥରମାଡ଼, ତହସିଲଦାରଙ୍କ ଗାଡ଼ି ଭାଙ୍ଗିଲେ

ଭଦ୍ରକ,୨୭।୯: ଭଦ୍ରକ ଜିଲା ସିଟି ଡିଏସ୍‌ପି ଓ ଟାଉନ ଥାନା ଏସଆଇଙ୍କୁ ଶୁକ୍ରବାର ଆକ୍ରମଣ ହୋଇଛି। ସଣ୍ଠିଆ ନିକଟରେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଲୋକ ପୋଲିସ ଉପରକୁ...

ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାର ଆସିଲା ରାୟ 

ଅନୁଗୋଳ ,୨୭।୯:  ଅନୁଗୋଳ ଜିଲା ଆଠମଲ୍ଲିକ ଏଡିଜେ କୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାର ବିଚାର କରି...

ତୈଳ ଜାତୀୟ ଫସଲ ବୁଲି ଦେଖିଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୨୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ର ଚାଷ ସମ୍ପର୍କିତ ଶିକ୍ଷା ପ୍ରାପ୍ତ ପାଇଁ ତୈଳ...

ପର୍ଯ୍ୟଟନକ୍ଷେତ୍ରକୁ ସଫା ରଖିବାକୁ ଏମିତି କଲେ….

ବ୍ରାହ୍ମଣୀଗାଁ ୨୭।୯: (ମନୋରଞ୍ଜନ ରଣା) ଜଙ୍ଗଲ ଓ ପରିବେଶ ବିଭାଗର ବାଲିଗୁଡ଼ା ବନଖଣ୍ଡର ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ପୁଅକୁ ବଞ୍ଚାଇବାକୁ ଯାଇ ବାପା ମୃତ, ସମ୍ପର୍କୀୟ ଗୁରୁତର

ଭଞ୍ଜନଗର,୨୭।୯: ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଗୁନାଖାଇ ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ବାପାଙ୍କ ମୃତ୍ୟୁ...

ଫାଇନାନ୍ସ କର୍ମଚାରୀଙ୍କ ଦାଦାଗିରି: ଆଦିବାସୀ ଯୁବକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ସହ ଦେଲେ ହତ୍ୟା ଧମକ, ଥାନାରେ ମାମଲା

ଦାରିଙ୍ଗବାଡ଼ି,୨୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲୋକଙ୍କୁ ଫାଇନାନ୍ସ ଦେବା ପାଇଁ ବିଭିନ୍ନ ସ୍ଥାନରେ ମାଳମାଳ ବ୍ୟାଙ୍କ ଖୋଲାଯାଇଛି। ଦାରିଙ୍ଗବାଡ଼ି ଓ ରାଇକିଆ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri